ପରିବା ହାଟରେ ଫ୍ୟାଶନ ଶୋ

Nov 06, 2026 - 14:10
ପରିବା ହାଟରେ ଫ୍ୟାଶନ ଶୋ

 

ମୁମ୍ବାଇର ଏକ ପରିବା ବଜାରରେ ଏକ ନିଆରା ଫ୍ୟାଶନ୍ ଶୋ’ ଆୟୋଜିତ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ମୁମ୍ବାଇର ବସାଇ ପରିବା ବଜାରରେ ‘ଭିଜନ ଭୋଗ ଫ୍ୟାଶନ୍ ୱିକ୍’ ବ୍ୟାନର ଅଧୀନରେ ଏହି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଫ୍ୟାଶନ୍ ଶୋ’ରେ ମଡେଲମାନେ ପରିବା ବଜାରର ଭିଡ଼ ଭରା ରାସ୍ତାରେ ମୂଳା, ଗାଜର ଏବଂ ଧନିଆପତ୍ର ଆଦି ହାତରେ ଧରି କ୍ୟାଟୱାକ୍ କରିଥିବା ଦେଖିବାକୁ ମିଳିଥିଲା । କେତେକ ମଡେଲ ପରିବାକୁ ନିଜ ପୋଷାକରେ ସାମିଲ କରିଥିବା ବେଳେ ଅନ୍ୟମାନେ ଏହାକୁ ଫ୍ୟାଶନ୍ ଆସେସୋରିଜ୍ ଭାବେ ବ୍ୟବହାର କରିଥିଲେ । ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ  ବଜାରର ଦୋକାନୀମାନେ ନିଜର ଦୈନନ୍ଦିନ ବ୍ୟାପାର ଏବଂ ଗ୍ରାହକମାନେ ପରିବା କିଣାକିଣି ଜାରି ରଖିଥିଲେ । ମୁମ୍ବାଇର ଫ୍ୟାଶନ୍ ମେଣ୍ଟର ତଥା ମଡେଲ ସାହିଲ ସିଂହ ‘ଭୋଗ’ ଫ୍ୟାଶନ୍ ଶୋ’ରୁ ପ୍ରେରଣା ପାଇ ଏହି ଅନନ୍ୟ ଧାରାକୁ ସୃଷ୍ଟି କରିଥିଲେ । ଏହି ୟୁନିକ ଇଭେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଦର୍ଶକମାନେ ମଡେଲମାନଙ୍କ ଆତ୍ମବିଶ୍ୱାସକୁ ପ୍ରଶଂସା କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।