ଘରେ ବସି ପାଇ ପାରିବେ ରାଜସ୍ବ ସେବା - ମନ୍ତ୍ରୀ

Aug 19, 2026 - 14:19
ଘରେ ବସି ପାଇ ପାରିବେ ରାଜସ୍ବ ସେବା - ମନ୍ତ୍ରୀ

ଭୁବନେଶ୍ୱର : ଏଣିକି ଘରେ ବସି ପାଇପାରିବେ ରାଜସ୍ବର ସେବା । ରାଜସ୍ୱ ବିବାଦ ଓ ବିଭିନ୍ନ ରାଜସ୍ୱ ସେବା ପାଇଁ ଆଉ ଅଫିସ୍‌ ଦୌଡ଼ି ନୟାନ୍ତ ହେବାକୁ ପଡିବ ନାହିଁ । ଘରେ ବସି ରାଜସ୍ୱ ପାଇବା ପାଇଁ  ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି  ।

ଏହି ଚାଟ୍‌ବଟ୍‌ ଜରିଆରେ ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ଏଥିରେ ସାମିଲ କରାଯିବ । ପୂର୍ବରୁ ୧୧ଟି ସେବା ଦେବାର ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି । ଚାଟ୍‌ବଟ୍‌ ମାଧ୍ୟମରେ ମ୍ୟୁଟେସନ୍‌, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍‌, ଜାତି, ଆୟ ଓ ବାସସ୍ଥାନ ପ୍ରମାଣପତ୍ର ଭଳି ବିଭିନ୍ନ ସେବା ପାଇପାରିବେ ନାଗରିକ । ଏଥିସହ ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ ମଧ୍ୟ ଜାଣିହେବ ।

ଚାଟ୍‌ବଟ୍‌ ମାଧ୍ୟମରେ ନାଗରିକମାନେ ମ୍ୟୁଟେସନ୍‌, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍‌, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଭଳି ସେବା ପାଇପାରିବେ। ଏଥିସହ ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ ମଧ୍ୟ ଜାଣିହେବ।

ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ସୁବିଧା ହେଉଛି, ଆବେଦନ କରିବା ପରେ ତାହାର ସ୍ଥିତି ବା ଷ୍ଟାଟସ୍‌ ମଧ୍ୟ ଚାଟ୍‌ବଟ୍‌ ଜରିଆରେ ଜାଣିହେବ। ଫଳରେ ଫାଇଲ୍‌ କେଉଁଠି ଅଛି କିମ୍ବା ଆବେଦନର କ’ଣ ସ୍ଥିତି ରହିଛି, ସେନେଇ ଜାଣିବାକୁ ବାରମ୍ବାର ଅଫିସ୍‌ ଯିବାକୁ ପଡ଼ିବ ନାହିଁ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ବ୍ୟବସ୍ଥା ମାଧ୍ୟମରେ ଏପର୍ଯ୍ୟନ୍ତ କଲମ୍‌ ଟୁ କରେକ୍ସନ୍‌ ସମ୍ପର୍କିତ ପ୍ରାୟ ୧ କୋଟି ମାମଲା ପ୍ରକ୍ରିୟାକରଣ ହୋଇଛି।

ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ପାଇଁ ୯୪୩୭୨୯୨୦୦୦ ନମ୍ବରରେ ମଧ୍ୟ ଯୋଗାଯୋଗ କରିହେବ। ରାଜ୍ୟରେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ହ୍ୱାଟ୍ସଆପ୍‌ ବ୍ୟବହାର କରୁଥିବାରୁ ଏହି ଡିଜିଟାଲ୍‌ ବ୍ୟବସ୍ଥା ଲୋକଙ୍କ ପାଇଁ ଆହୁରି ସହଜ ଓ ସୁବିଧାଜନକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ‘ଅମସାଥି ଚାଟ୍‌ବଟ୍‌’ ମାଧ୍ୟମରେ ରାଜସ୍ୱ ସେବାକୁ ଲୋକଙ୍କ ଘର ଦୁଆରେ ପହଞ୍ଚାଇବା ସହ ସରକାରୀ ସେବା ପ୍ରଦାନରେ ଅଧିକ ସ୍ୱଚ୍ଛତା ଓ ସୁବିଧା ଆସିବ ବୋଲି ଆଶା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।