ଚୀନର ନିଦ ହଜାଇଲା ଭାରତ ,ସୀମାରେ ଚୀନର ଗୁପ୍ତ ଚାଲ!

Oct 30, 2026 - 13:22
ଚୀନର ନିଦ ହଜାଇଲା ଭାରତ ,ସୀମାରେ ଚୀନର ଗୁପ୍ତ ଚାଲ!

ଦୁଇ ପଡ଼ୋଶୀ ଦେଶ... ଦୁଇ ଭିନ୍ନ ବ୍ୟବସ୍ଥା । ଜଣେ ଗଣତନ୍ତ୍ରର ପରିଚୟ ନେଇ ବିଶ୍ୱ ଦରବାରରେ ନିଜ ସ୍ଥାନ ମଜଭୁତ କରୁଛି, ତ ଆଉ ଜଣେ ଉତ୍ପାଦନ ଓ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ବଡ଼ ଶକ୍ତି ଭାବେ ଉଭା ହୋଇଛି । ଗୋଟିଏ ପଟେ ଭାରତ, ଅନ୍ୟପଟେ ଚୀନ୍। ଉଭୟ ଦେଶର ଜନସଂଖ୍ୟା ବିଶାଳ, ଅର୍ଥନୀତି ବଡ଼ ଏବଂ ସାମରିକ ଶକ୍ତି ମଧ୍ୟ ଉଲ୍ଲେଖନୀୟ । କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ । ତେବେ ଭାରତରେ ଏମିତି କ'ଣ ଅଛି, ଯାହା ଚୀନ୍ରେ ନାହିଁ? ଆଉ ଚୀନ୍ରେ ଏମିତି କ'ଣ ଅଛି, ଯେଉଁଥିରେ ଭାରତ ଏବେ ବି ପଛରେ?

ବର୍ତ୍ତମାନ ଆସିବା ଟେକ୍ନୋଲୋଜି ଓ ଶିଳ୍ପ କ୍ଷେତ୍ରକୁ । ଚୀନ୍କୁ କୁହାଯାଏ ବିଶ୍ୱର ଗୋଟିଏ ବଡ଼ ଉତ୍ପାଦନ କେନ୍ଦ୍ର । ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକ୍ସ, ଖେଳନା, ମେସିନ୍, ସୋଲାର ପ୍ୟାନେଲ୍ ଏବଂ ଇଲେକ୍ଟ୍ରିକ୍ କାର୍ ଉତ୍ପାଦନରେ ଚୀନ୍ର ଭୂମିକା ବେଶ୍ ବଡ଼। ସେଠାରେ ବିଶାଳ କାରଖାନା, ଆଧୁନିକ ରାସ୍ତା ଏବଂ ହାଇସ୍ପିଡ୍ ଟ୍ରେନ୍ ନେଟୱର୍କ ରହିଛି । ଅନେକ ସହରରେ ବୁଲେଟ୍ ଟ୍ରେନ୍ ଘଣ୍ଟାକୁ ଶହ ଶହ କିଲୋମିଟର ବେଗରେ ଯାତ୍ରା କରୁଛି । କିନ୍ତୁ ଭାରତ ମଧ୍ୟ ନିଜର ଅଲଗା ପରିଚୟ ସୃଷ୍ଟି କରିଛି । ମହାକାଶ ବିଜ୍ଞାନରେ ଓଝଜଙର ଚନ୍ଦ୍ରଯାନ ଅଭିଯାନ ଭାରତକୁ ବିଶ୍ୱ ମାନଚିତ୍ରରେ ନୂଆ ପରିଚୟ ଦେଇଛି। ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଟଚଓ ଭାରତର ଏକ ବଡ଼ ସଫଳତା। ଏହା ସହିତ ଓଞ, ସଫ୍ଟୱେର୍, ଔଷଧ ଉତ୍ପାଦନ ଓ ସେବା କ୍ଷେତ୍ରରେ ଭାରତର ନିଜସ୍ୱ ଶକ୍ତି ରହିଛି।

ଭାରତ-ଚୀନ୍ ସୀମାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଅରୁଣାଚଳ ପ୍ରଦେଶରେ ଚୀନ୍ର ଅନୁପ୍ରବେଶ ଏବଂ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ଖବରକୁ ନେଇ ଏବେ ରାଜନୈତିକ ମହଲରେ ହଟଚମଟ। ଏହାରି ଭିତରେ ମୁହଁ ଖୋଲିଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ଚୀନ୍ ର ଅନୁପ୍ରବେଶକୁ ନେଇ ସେ ଏମିତି କିଛି କହିଛନ୍ତି, ଯାହା ପୁଣି ଥରେ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।

ପେମା ଖାଣ୍ଡୁ କହିଛନ୍ତି, ଅରୁଣାଚଳ ପ୍ରଦେଶ ସୀମାରେ ଅନୁପ୍ରବେଶ ଘଟଣା ନୂଆ ନୁହେଁ । ଏହା କୌଣସି ନୂଆ କଥା ନୁହେଁ, କାରଣ ଚୀନ୍ ମ୍ୟାକମୋହନ ଲାଇନ୍କୁ ସ୍ୱୀକାର କରେ ନାହିଁ। ଭାରତ ଓ ଚୀନ୍ ମଧ୍ୟରେ ପ୍ରାୟ ୧୨୦୦ କିଲୋମିଟର ଲମ୍ବା ସୀମା ରହିଛି। ସୀମାରେ ସ୍ପଷ୍ଟ ଚିହ୍ନଟ ନଥିବାରୁ ବେଳେବେଳେ ଉଭୟ ଦେଶର ପାଟ୍ରୋଲିଂ ଟିମ୍ ପରସ୍ପର ଅଞ୍ଚଳକୁ ଚାଲିଯାଇଥାନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ସୀମାର ସ୍ଥିତି ସ୍ୱାଭାବିକ ରହିଛି । ଭାରତୀୟ ସଶସ୍ତ୍ର ବାହିନୀ ସୀମାର ସୁରକ୍ଷା ପାଇଁ ସଜାଗ ରହିଛନ୍ତି। ତେବେ ଅରୁଣାଚଳର ଉପର ସୁବନସିରି ଜିଲ୍ଲାର ତାୱାଙ୍ଗ ଅଞ୍ଚଳରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ବା ଚଖଇର ଗତିବିଧିକୁ ନେଇ ପୂର୍ବରୁ ଉତ୍ତେଜନାର ଖବର ସାମ୍ନାକୁ ଆସିଥିଲା ।

ଏହାପରେ ଭାରତ ଓ ଚୀନ୍ ମଧ୍ୟରେ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଏପରିକି ଗତ ସପ୍ତାହରେ ଭାରତ-ତିବ୍ବତ ସୀମା ପୋଲିସ୍ ବା ଅରୁଣାଚଳର ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର ମଧ୍ୟ ଅରୁଣାଚଳର ବିଭିନ୍ନ ସ୍ଥାନରେ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଘଟଣାକୁ ସ୍ୱୀକାର କରିଛନ୍ତି  ।

ଅରୁଣାଚଳ ପ୍ରଦେଶରେ ଚୀନ୍ କାହିଁକି ବାରମ୍ବାର ବିବାଦ ସୃଷ୍ଟି କରୁଛି? ଏହା ପଛରେ ରହିଛି ସୀମା ବିବାଦ, ଭୌଗୋଳିକ ଅବସ୍ଥିତି ଏବଂ ରଣନୈତିକ ସ୍ୱାର୍ଥ ।

ଚୀନ୍ ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ବୋଲି ଦାବି କରିଆସୁଛି । ଚୀନ୍ ଏହି ଅଞ୍ଚଳକୁ ‘ଦକ୍ଷିଣ ତିବ୍ବତ ବୋଲି କହୁଥିବାବେଳେ ଭାରତ ଏହି ଦାବିକୁ ଖାରଜ କରିଆସିଛି । ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ । ସେପଟେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି । ଚୀନ୍ ସୀମାରେ ପ୍ରକୃତ ସ୍ଥିତି କ'ଣ, ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି । ଏହାର ଜବାବରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଚୀନ୍ ସେନା ନିର୍ଦ୍ଧାରିତ ପାଟ୍ରୋଲିଂ ପଦ୍ଧତିରୁ ବିଚ୍ୟୁତ ହେଲେ ପ୍ରକୃତ ନିୟନ୍ତ୍ରଣ ରେଖା ବା ଖଇଉରେ ସ୍ଥିତି ବିଗିଡ଼ିଥାଏ ।

ଅନ୍ୟପଟେ ଅରୁଣାଚଳରେ ପ୍ରସ୍ତାବିତ ୧୧,୨୦୦ ମେଗାୱାଟ୍ର ସିଆଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ମଧ୍ୟ ବିରୋଧ ଜାରି ରହିଛି। ଏହା କେବଳ ଜଳବିଦ୍ୟୁତ୍ ପ୍ରକଳ୍ପ ନୁହେଁ, ବରଂ ଏକ ପ୍ରତିରକ୍ଷା ଭିତ୍ତିଭୂମି ପ୍ରକଳ୍ପ ବୋଲି ପେମା ଖାଣ୍ଡୁ କହିଛନ୍ତି । ଏହା ସହ ଅରୁଣାଚଳର ସୀମାବର୍ତ୍ତୀ ଅଞ୍ଚଳରେ ବର୍ଡର ଟୁରିଜିମ୍ ଓ ବ୍ୟାଟଲ୍ଫିଲ୍ଡ ଟୁରିଜିମ୍ର ସମ୍ଭାବନା ବିକାଶ କରାଯାଉଥିବା କଥା ମଧ୍ୟ ସେ କହିଛନ୍ତି ।

ତେବେ ଏସବୁ ଘଟଣା ମଧ୍ୟରେ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି—ସୀମାରେ ସ୍ଥିତି ସ୍ୱାଭାବିକ ବୋଲି କୁହାଯାଉଥିବା ବେଳେ ବାରମ୍ବାର କାହିଁକି ସାମ୍ନାକୁ ଆସୁଛି ଅନୁପ୍ରବେଶ ଓ ସୈନିକଙ୍କ ମୁହାଁମୁହିଁ ହେବାର ଖବର? ଭାରତ-ଚୀନ୍ ସୀମା ବିବାଦର ସ୍ଥାୟୀ ସମାଧାନ କେବେ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।