ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

Oct 29, 2026 - 13:17
ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

କଟକ : ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଡେପୁଟି ରେଞ୍ଜର । ବୃକ୍ଷରୋପଣ ସମ୍ପର୍କିତ ବିଲ ପାସ କରାଇ ଦେବାପାଇଁ ଜଣେ ଷ୍ଟାଫଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ କଟକ ଫୁଲନଖରା ଡ଼େପୁଟି ରେଞ୍ଜର ମୌସୁମୀ ବେହେରା । ତାଙ୍କୁ ଫୁଲନଖରା କାର୍ଯ୍ୟାଳୟରୁ ଧରିଲା ଭିଜିଲାନ୍ସ ଟିମ୍ ।

ସୂଚନାନୁସାରେ,ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୩ଟି ବୃକ୍ଷରୋପଣ (ଜଳସେଚନ, ସାର ପ୍ରୟୋଗ ଓ ଜଗାରଖା କାର୍ଯ୍ୟ) ବାବଦରେ ହୋଇଥିବା ବିଲ୍ ପାସ୍ କରାଇଦେବା ପାଇଁ ସେ କର୍ମଚାରୀଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନଦେବାରୁ ଉକ୍ତ କର୍ମଚାରୀଙ୍କ ବିଲ କରାଇ ନଥିଲେ ଡେପୁଟି ରେଞ୍ଜର ମୌସୁମୀ ବେହେରା ।

ଏହାକୁ ନେଇ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ସମ୍ପୃକ୍ତ କର୍ମଚାରୀ ।  ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଆଜି ଟଙ୍କା ନେବା ସମୟରେ ଫୁଲନଖରା ସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଛି ଭିଜିଲାନ୍ସ  । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ମୌସୁମୀ ବେହେରାଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।  

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।