ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ - ରାଜସ୍ବ ମନ୍ତ୍ରୀ

Oct 29, 2026 - 16:08
ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ - ରାଜସ୍ବ ମନ୍ତ୍ରୀ

ଗଞ୍ଜାମ : 'ଅର୍ଣ୍ଣବ' ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ  ସ୍ଥିତି ସାଙ୍ଘାତିକ ଇ ବାତ୍ୟା ମାଡ଼ରେ ଗଞ୍ଜାମରେ ପୁଣି ଥରେ ସୃଷ୍ଟି ହୋଇଛି ସାଙ୍ଘାତିକ ବନ୍ୟା ସ୍ଥିତି । ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ବାତ୍ୟା ପ୍ରଭାବିତ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାର ୨୨ଟି ବ୍ଲକର ୨୦୮ଟି ପଞ୍ଚାୟତ ଏବଂ ୧୮ଟି ସହରାଞ୍ଚଳର ୫ଟି ୱାର୍ଡରେ ପ୍ରାୟ ୪୨,୫୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି । ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ,ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ହେବା କାରଣରୁ ଆସିକା ଓ ଦିଗପହଣ୍ଡି ସମେତ ବିଭିନ୍ନ ଅଞ୍ଚଳର ପ୍ରାୟ ୩୦୦ଟି ଗାଁ ପାଣି ଘେରରେ ରହିଛି।ରାଜ୍ୟ ସରକାର ଗୃହ ମନ୍ତ୍ରଣାଳୟ ଏବଂ ଭାରତୀୟ କୋଷ୍ଟଗାର୍ଡ ସହାୟତାରେ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଏୟାରଲିଫ୍ଟ (Airlift) ମାଧ୍ୟମରେ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ।

ବନ୍ୟା ଓ ବାତ୍ୟା ପରିଚାଳନା ପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମୋଟ ୧୯ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲା ପାଇଁ ସର୍ବାଧିକ ୫ କୋଟି ଟଙ୍କାର ରିଲିଫ ସହାୟତା ପ୍ରଦାନ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।