ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ମନା , ୩ଟି ସ୍ଥାନ ଚିହ୍ନଟ

Oct 12, 2026 - 14:30
ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ମନା , ୩ଟି ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ : ଏଣିକି ଆଉ ଜନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରି ପାରିବେ ନାହିଁ ଆନ୍ଦୋଳନକାରୀ । ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟିର ସୁପାରିଶ ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହା ବଦଳରେ ଆନ୍ଦୋଳନ ଓ ଧାରଣା ପାଇଁ ୩ଟି ବିକଳ୍ପ ସ୍ଥାନ ଚିହ୍ନଟ କରାଯାଇଛି । ଦିଲ୍ଲୀ ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ୩ଟି ନୂଆ ସ୍ଥାନ ହେଉଛି : ରାମଲୀଳା ମୈଦାନ,ବୁରାରୀ ମୈଦାନ , ଏବଂ ପୂର୍ବ ଦିଲ୍ଲୀରେ ଥିବା ସିବିଡି ଗ୍ରାଉଣ୍ଡ । ପ୍ରାୟ ୩୩ବର୍ଷ ଧରି ଜନ୍ତର ମନ୍ତର ବିକ୍ଷୋଭ ସ୍ଥଳ ହୋଇ ରହିଥିଲା ଏବଂ ଏହା ପୂର୍ବରୁ ଇଣ୍ଡିଆ ଗେଟ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ।

ସୂଚନାନୁସାରେ, ଗତ କିଛି ଦିନ ହେବ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ଏବଂ ସିଜେପି ପକ୍ଷରୁ ଜନ୍ତର ମନ୍ତରରେ ବ୍ୟାପକ ପ୍ରଦର୍ଶନ କରାଯାଉଥିଲା । ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସୁବିଧା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଗୃହ ମନ୍ତ୍ରଣାଳୟର ଏକ କମିଟି ସୁପାରିଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି । ଏହି ନୂଆ ସ୍ଥାନଗୁଡ଼ିକରେ ଆନ୍ଦୋଳନ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଏସଓପି (SOP) ଜାରି କରାଯିବ ।

ସେପଟେ, କକ୍ରୋଚ ଜନତା ପାର୍ଟି ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ଦ୍ୱିତୀୟ ଦିନରେ ପହଞ୍ଚିବା ପରେ ରବିବାର ଦିଲ୍ଲୀରେ ୨୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି। ପ୍ରଦର୍ଶନକାରୀମାନେ ସ୍ଲୋଗାନ ଦେଇ ସହରର ବିଭିନ୍ନ ସ୍ଥାନରୁ ଜନ୍ତର ମନ୍ତର ଅଭିମୁଖେ ପଦଯାତ୍ରା କରିବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ହେପାଜତକୁ ନେଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।