ଜାହିର ସିଏସ୍କେର ମୁଖ୍ୟ ପ୍ରଶିକ୍ଷକ
ଚେନ୍ନଇ : ଆଇପିଏଲ୍ର ଆଗାମୀ ୨୦ତମ ସିଜନ ପୂର୍ବରୁ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ଏକ ବଡ଼ ନିଷ୍ପତ୍ତି ନେଇଛି। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାଁଙ୍କୁ ସିଏସକେ ଆଗାମୀ ସିଜନ ଲାଗି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିବା ଜାହିର ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂଙ୍କ ସ୍ଥାନରେ ସିଏସ୍କେର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିବେ। ଫ୍ଲେମିଂ ଦୀର୍ଘ ୧୭ ବର୍ଷ ଧରି ସିଏସକେର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବା ପରେ ଗତ ଜୁଲାଇରେ ଇସ୍ତଫା ଦେଇଥିଲେ। ଫଳରେ ସିଏସକେର ମୁଖ୍ୟକୋଚ୍ ପଦକୁ ନେଇ ଗତ କିଛିଦିନ ହେବ କଳ୍ପନା ଜଳ୍ପନା ଲାଗି ରହିଥିଲା। ଶେଷରେ ଚେନ୍ନଇ ଫ୍ରାଞ୍ଚାଇଜି ଜଣେ ଭାରତୀୟଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ପ୍ରଦାନ କରିଛି। ଆଇପିଏଲ୍ ଇତିହାସର ସବୁଠୁ ସଫଳ ଦଳର ପ୍ରଶିକ୍ଷକ ନିଯୁକ୍ତ ହେବା ମୋ ଲାଗି ସବୁଠୁ ବଡ଼ ସମ୍ମାନ ବୋଲି ୪୭ ବର୍ଷୀୟ ଜାହିର ତାଙ୍କ ବିବୃତ୍ତିରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜାହିର ଦିଲ୍ଲୀ, ମୁମ୍ବଇ ଓ ଆର୍ସିବି ଫ୍ରାଞ୍ଚାଇଜି ପାଇଁ ଆଇପିଏଲ୍ରେ ମୋଟ୍ ୧୦୦ ମ୍ୟାଚ୍ ଖେଳି ୧୦୨ଟି ୱିକେଟ ନେଇଛନ୍ତି। ୨୦୧୭ରୁ ସେ ଆଇପିଏଲ୍ରୁ ଅବସର ନେବା ପରେ ବିଭିନ୍ନ ଫ୍ରାଞ୍ଚାଇଜିର ପ୍ରଶିକ୍ଷକ ଦଳରେ ରହି କାମ କରିଛନ୍ତି। ଜାହିର ଭାରତ ପାଇଁ ୯୨ଟି ଟେଷ୍ଟରୁ ୩୧୧, ୨୦୦ ଦିନିକିଆରୁ ୨୮୨ ଏବଂ ୧୭ଟି ଟ୍ବେଣ୍ଟି୨୦ରୁ ୧୭ଟି ୱିକେଟ୍ ନେଇଛନ୍ତି।
ମୌସୁମୀ ଅଧିବେଶନ; ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା, ୧ଟା ୧୦ ଯାଏଁ ଗୃହ ମୁଲତବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।