ଟ୍ରେନ ଟ୍ରାକରେ ଷ୍ଟଣ୍ଟ କରି ନାବାଳକ ମୃତ
ବଲାଙ୍ଗୀର : ବାରମ୍ବାର ଦୁର୍ଘଟଣା ସତ୍ତ୍ୱେ ମଧ୍ୟ ସଚେତନ ହେଉ ନାହାନ୍ତି ଅମାନିଆ । ରିଲ୍ସ ପାଇଁ ପୁଣି ଥରେ ରେଲ୍ୱେ ଟ୍ରାକରେ ଷ୍ଟଣ୍ଟ କରି ମୃତ୍ୟୁ ମୁଖରେ ପଡିଛନ୍ତି ଜଣେ ନାବାଳକ । ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ଘଟିଛି ଏହି ଅଘଟଣ । ମୃତକଙ୍କ ନାଁ ସାଇଶ୍ରୀ ମହାନାଦିଆ । ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ତଲୁପାଲି ଗାଁରେ ବୋଲି ସୂଚନା ମିଳିଛି । ଖବର ପାଇଁ ଘଟଣା ସ୍ଥଳରେ ବାଉଁସୁଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।