ଘୁଷୁରୀ ୱାଟର ପାର୍କ

Oct 10, 2026 - 15:24
ଘୁଷୁରୀ ୱାଟର ପାର୍କ

 

କାମ୍ବୋଡ଼ିଆରେ ଘୁଷୁରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାଟର ପାର୍କ ତିଆରି କରାଯାଇଛି, ଯେଉଁଠାରେ ୩୦ରୁ ଅଧିକ ଘୁଷୁରୀ ଏକ ବଡ଼ ପୁଲ୍‌ରେ ଗାଧୋଇବା ଓ ଖେଳୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ପାର୍କରେ ଏକ ବଡ଼ ସୁଇମିଂପୁଲ୍, ଗୋଲାପୀ ରଙ୍ଗର ୱାଟର ସ୍ଲାଇଡ୍, ଚାରିପାଖରେ ସବୁଜିମା ଏବଂ ଘୁଷୁରୀ ମୁହଁର ଆକୃତି ଥିବା  କଣ୍ଢେଇରେ ପାର୍କଟିକୁ ସଜାଯାଇଛି । ଏଠାରେ ଘୁଷୁରୀମାନେ ସ୍ଲାଇଡ୍‌ରୁ ଖସି କିମ୍ବା ସିଧାସଳଖ ପାଣିକୁ ଡେଇଁ ଖେଳୁଥିବାର ଦେଖିବାକୁ ମିଳୁଛି । ପ୍ରବଳ ଗରମ ଦିନରେ ପାଣିରେ ଗାଧୋଇବା ଦ୍ୱାରା ସେମାନଙ୍କର ଶରୀର ଥଣ୍ଡା ରହିବା ସହ ସେମାନଙ୍କ ଶ୍ୱାସକ୍ରିୟା ଠିକ ହେବାସହ ଓ ଚର୍ମର ତାପମାତ୍ରା କମିଥାଏ । ଯାହା ସେମାନଙ୍କୁ ପ୍ରଚଣ୍ଡ ଖରାରୁ ଆଶ୍ୱସ୍ତି ଦେଇଥାଏ । ସୋସିଆଲ ମିଡିଆରେ ଏହି ୱାଟର ପାର୍କର ଭିଡିଓ ଭାଇରାଲ ହେଉଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳର ଘୁଷୁରୀଙ୍କ ପାଇଁ ନା କାହାର ବ୍ୟକ୍ତିଗତ ଘୁଷୁରୀଙ୍କ ପାଇଁ ନିର୍ମାଣ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।