ଟ୍ରେନ ରେ କଟି ୨ ମହିଳା ମୃତ

Sep 21, 2026 - 14:11
ଟ୍ରେନ ରେ କଟି ୨ ମହିଳା ମୃତ

ବାଲେଶ୍ୱର :  ଟ୍ରେନ ଧକ୍କାରେ ଦୁଇ ମହିଳା ମୃତ । ବାଲେଶ୍ବର ଜିଲ୍ଲା ଦକ୍ଷିଣ ପୂର୍ବ ରେଳପଥ ବସ୍ତା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଏହା ଦୁର୍ଘଟଣା ନା ଆଉ କିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ୨ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇ ଶବ ବ୍ଯବଚ୍ଛେଦ ପାଇଁ ପଠାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିବା ପରେ ହିଁ ଘଟଣା ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବ କହିଛି ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।