ଡବ୍ଲ୍ୟୁପିଏଲ୍‌: ଲ୍ୟୁକ୍‌ ମୁମ୍ବଇ ଇଣ୍ଡିଆନ୍‌ସ ମୁଖ୍ୟ ପ୍ରଶିକ୍ଷକ

Sep 25, 2026 - 14:24

ମୁମ୍ବଇ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ)ର ୨୦୨୭ ସଂସ୍କରଣ ଲାଗି ମୁମ୍ବଇ ଇଣ୍ଡିଆନ୍‌ସର ମୁଖ୍ୟ ପ୍ରଶିକ୍ଷକ ଭାବେ ଅଷ୍ଟ୍ରେଲିଆର ଲ୍ୟୁକ୍‌ ୱିଲିୟମ୍‌ସ ନିଯୁକ୍ତ ହୋଇଛନ୍ତି। ଲିଶା ନାଇଟ୍‌ଙ୍କ ସ୍ଥାନରେ ଲ୍ୟୁକ୍‌ଙ୍କୁ ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆନ ଗ୍ରେଡ୍‌ କ୍ରିକେଟରେ ୩ଥର ସାର୍‌ ଡନ ବ୍ରାଡମାନ ପଦକ ଜିତିଥିବା ଲ୍ୟୁକ୍‌ ଦୁଇ ଦଶନ୍ଧି ଧରି ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ୨୦୨୫ରୁ ଇଂଲଣ୍ଡ ମହିଳା ଦଳର ସହ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ଏହାଛଡ଼ା ଲ୍ୟୁକଙ୍କ ପ୍ରଶିକ୍ଷଣରେ ୨୦୨୨ ଓ ୨୦୨୩ରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ମହିଳା ବିଗ୍‌ ବାସ୍‌ ଲିଗ ଟାଇଟଲ ଜିତିଥିଲା। ଏହା ପରେ ୨୦୨୪ରେ ଡବ୍ଳ୍ୟୁପିଏଲ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ତାଙ୍କ ପ୍ରଶିକ୍ଷଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉକ୍ତ ବର୍ଷ ଡବ୍ଳ୍ୟୁପିଏଲ ଟାଇଟଲ ଜିତିଥିଲା। ମୁମ୍ବଇ ଇଣ୍ଡିଆନ୍‌ସ ଡବ୍ଳ୍ୟୁପିଏଲ୍‌ରେ ଅନ୍ୟତମ ସଫଳତମ ଦଳ। ଉକ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ମୋ ପାଇଁ ଆଗାମୀ ଋତୁ ବଡ ଆହ୍ବାନକର ହେବ ବୋଲି ଲ୍ୟୁକ୍‌ କହିଛନ୍ତି। ଲିଶା ନାଇଟ୍‌ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ତାଙ୍କ ସ୍ଥାନରେ ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଲ୍ୟୁକ୍‌ ୱିଲିୟମ୍‌ସଙ୍କୁ ନିଯୁକ୍ତ କରାଯାଇଛି। ଲିଶା ୨୦୨୫ରେ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ ​‌େ​‌ବାଲି ମୁମ୍ବଇ ଇଣ୍ଡିଆନ୍‌ସ ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି। ମୁମ୍ବଇ ଇଣ୍ଡିଆନ୍‌ସ ୨୦୨୩ ଓ ୨୦୨୫ରେ ଡବ୍ଳ୍ୟୁପିଏଲ୍‌ ଚମ୍ପିଆନ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।