ଡିଜେ ଗାଡିର ଚକା ଫାଟି ଜଣେ ମୃତ, ୯ ଆହତ
ମାଲକାନଗିରି: ଡିଜେ ଗାଡି ଦୁର୍ଘଟଣାଗ୍ରସ୍ତ । ଗାଡିର ଚକା ଫାଟି ଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୯ ଜଣଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦଶହରା ଭସାଣି ପାଇଁ ଡିଜେ ଗାଡିଟି କଳାହାଣ୍ଡିରୁ ମାଥିଲି ଆସୁଥିଲା । ଭସାଣି ଉତ୍ସବ ଚାଲିଥିବାବେଳେ ମାଥିଲି ଅଁଳାଯୋଡ଼ି ନିକଟରେ ଗାଡିର ଚକା ଫାଟି ଓଲଟି ପଡି ଦୁର୍ଘଟଣା ଘଟିଥିଲା ।
ସୂଚନାନୁସାରେ, ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ଜାତୀୟ ରାଜପଥ-୩୨6 (NH-326) ର ଅଁଳାଯୋଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି । ଡିଜେ ଗାଡ଼ିଟି କଳାହାଣ୍ଡିର ଧର୍ମଗଡ଼ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏହାର ଆଗ ଚକା ଫାଟି ଯାଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଚାପି ହୋଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୯ରୁ ଅଧିକ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।