ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା

Oct 22, 2026 - 15:25
ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା

ବାଲେଶ୍ୱର : ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା । ୫ ଦିନ ଧରି ନିଖୋଜ ରହିବା ପରେ ଜଙ୍ଗଲରୁ ନାବାଳିକାଙ୍କ କ୍ଷତ ବୀକ୍ଷତ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ମୃତ ନାବାଳିକା ହେଉଛନ୍ତି ଦେବକୁମାର ଗ୍ରାମର ଅରୁଣ ଜେନାଙ୍କ ଝିଅ ଦୀପିକା ଜେନା । ଦୀପିକା ଗତ ପାଞ୍ଚ ଦିନ ଧରି ନିଖୋଜ ଥିଲେ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏହା ପରେ ପ୍ରମାଣ ଲୁଚାଇବା ପାଇଁ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଶରୀରଟି ବିକୃତ ହୋଇଯାଇଥିବା ବେଳେ ପରିବାର ଲୋକେ ପୋଷାକ ଦେଖି ଚିହ୍ନଟ କରିଛନ୍ତି ।

ସୂଚନାନୁସାରେ, ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଜେନାଙ୍କ ଝିଅ ହେଉଛି ଦୀପିକା । ସେ ଗତ ୫ ଦିନ ପୂର୍ବରୁ ସାଙ୍ଗଙ୍କ ସହିତ ବଜାରକୁ ଚାଟ୍ ଖାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ପକ୍ଷରୁ ନାମ୍ପୋ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ନାବାଳିକାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ଏବଂ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାସ୍ଥଳରେ ଫରେନସିକ୍ ଟିମ୍, ଏସପି ଏବଂ ତିନି ଜଣ ଡିଏସପି ପହଞ୍ଚି ତଦନ୍ତ ଚଳାଇଛନ୍ତି । ସନ୍ଦେହରେ ଜଣେ ସ୍ଥାନୀୟ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।