ଦହି ମାଛ

Oct 12, 2026 - 15:28
ଦହି ମାଛ

 

ସାମଗ୍ରୀ :

ମାଛ ୫୦୦ ଗ୍ରାମ୍, ହଳଦୀ ଗୁଣ୍ଡ : ୧ ଚାମଚ, ଲୁଣ, ଦହି : ୧ କପ, ପିଆଜ ବଟା : ୩ ବଡ଼ ଚାମଚ, ଅଦା ବଟା : ୧ ବଡ଼ ଚାମଚ, ରସୁଣ ବଟା : ୧ ଚାମଚ, ଲଙ୍କା ଗୁଣ୍ଡ : ୧ ଚାମଚ, ସୋରିଷ ତେଲ, ତେଜପତ୍ର, ଜିରା, ଲବଙ୍ଗ, ଗୁଜୁରାତି, ଡାଲଚିନି ,ଚିନି ।

ପ୍ରସ୍ତୁତି

ପ୍ରଥମେ ଗୋଟିଏ ପାତ୍ରରେ ଦହି, ପିଆଜ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ ଏବଂ ହଳଦୀ ଗୁଣ୍ଡକୁ ଭଲ ଭାବରେ ମିଶାଇ ଗୋଟିଏ ପାଖରେ ରଖିଦିଅନ୍ତୁ । ଏହାପରେ କଡ଼ାଇରେ ସୋରିଷ ତେଲ ଗରମ କରି ମାଛ ଖଣ୍ଡଗୁଡ଼ିକୁ ଉଚ୍ଚ ଆଞ୍ଚରେ ବାଦାମୀ ରଙ୍ଗ ହେବା ଯାଏଁ ଭାଜି ତେଲରୁ କାଢ଼ି ଅଲଗା ରଖନ୍ତୁ । ବର୍ତ୍ତମାନ ସେହି ଗରମ ତେଲରେ ତେଜପତ୍ର, ଜିରା, ଲବଙ୍ଗ, ଗୁଜୁରାତି ଏବଂ ଡାଲଚିନି ପକାନ୍ତୁ । ମସଲାଗୁଡ଼ିକ ଫୁଟିଆସିଲେ , ସେଥିରେ ପୂର୍ବରୁ ପ୍ରସ୍ତୁତ ଦହି ମିଶ୍ରଣକୁ ଢାଳି ତେଲ ଅଲଗା ହେବା ପର୍ଯ୍ୟନ୍ତ ଭଲ ଭାବରେ କଷନ୍ତୁ । ଶେଷରେ, କଷା ମସଲାରେ ଭଜା ମାଛ, ସ୍ୱାଦ ଅନୁସାରେ ଲୁଣ ଏବଂ ଚିନି ମିଶାଇ ମାଛ ସମ୍ପୂର୍ଣ୍ଣ ସିଝିବା ଯାଏଁ ରାନ୍ଧନ୍ତୁ ପ୍ରସ୍ତୁତ ହୋଇଯିବ ଦହି ମାଛ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।