ଦାଢି ପାଇଁ ଗିନିଜ ରେକର୍ଡରେ
ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତି ମାଥ୍ୟୁ ନିଜର ଲମ୍ବା ଦାଢ଼ି ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ହାସଲ କରିଛନ୍ତି । ମାଥ୍ୟୁଙ୍କ ଏହି ଦାଢ଼ି ବେଣୀର ଲମ୍ବ ପ୍ରାୟ ୫ ଫୁଟ୍ ୩ ଇଞ୍ଚ ରହିଛି । ଗତ ୨୦ ବର୍ଷ ହେବ ସେ ନିଜ ଦାଢ଼ି କାଟି ନାହାନ୍ତି ଏବଂ ଏହାକୁ ସୁରକ୍ଷିତ ତଥା ନିୟନ୍ତ୍ରଣରେ ରଖିବା ପାଇଁ ଏବେ ତାଙ୍କୁ ଅଣ୍ଟାରେ ବେଣୀ ବାନ୍ଧିବାକୁ ପଡୁଛି । କିଛି ପିଲାମାନଙ୍କ ଅନୁରୋଧରେ ସେ ପ୍ରଥମେ ଦାଢ଼ିକୁ ବେଣୀ ପକାଇବା ଆରମ୍ଭ କରିଥିଲେ ଏବଂ ଏହି ଶୈଳୀ ପସନ୍ଦ ଆସିବାରୁ ସେ ଦାଢ଼ିକୁ ବଢ଼ାଇବା ଜାରି ରଖିଥିଲେ । ସମୟ ଗଡ଼ିବା ସାଙ୍ଗେ ସେମାନଙ୍କ କେଶ ଜଟ ପାଲଟି ପ୍ରାକୃତିକ ଭାବରେ ଏକ ବେଣୀ ରୂପ ନେଇଥିଲା, ଯାହା ପ୍ରତିବର୍ଷ ପ୍ରାୟ ୩ ରୁ ୪ ଇଞ୍ଚ ବଢ଼ିଥାଏ । ଏହାପୂର୍ବରୁ ଏହି ରେକର୍ଡ ଅନ୍ୟ ଜଣେ ଆମେରିକୀୟ ରୁଡଲ୍ଫ ମାର୍ଟିନୋଙ୍କ ନାମରେ ଥିଲା, ଯାହାଙ୍କ ଦାଢ଼ିର ଲମ୍ବ ୩ ଫୁଟ୍ ୬ ଇଞ୍ଚ ଥିଲା । ମାଥ୍ୟୁ ନିଜ ଦାଢ଼ିକୁ ପରିଷ୍କାର ରଖିବା ପାଇଁ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିଥାନ୍ତି କିନ୍ତୁ ଏହାକୁ କାଟନ୍ତି ନାହିଁ । ଦାଢ଼ି ବ୍ୟତୀତ ସେ କାର୍, କମ୍ପ୍ୟୁଟର, ଭିଡିଓ ଗେମ୍ ଏବଂ ଭାରୋତ୍ତୋଳନ ଭଳି କାର୍ଯ୍ୟରେ ମଧ୍ୟ ବେଶ୍ ଆଗ୍ରହ ରଖନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।