ଦୀପିକାଙ୍କ କମବ୍ୟାକ
ଟେଲିଭିଜନ ଷ୍ଟାର ତଥା ସସୁରାଲ ସିମର କା ଫେମ ଦୀପିକା କକର ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାଆନ୍ତି । ନିଜ ଜୀବନର ଛୋଟବଡ କଥା ସେ ଫ୍ୟାନଙ୍କ ସହିତ ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି । ତେବେ ମାଆ ହେବାପରେ ଏବଂ ସ୍ବାସ୍ଥ୍ୟ ଖରାପ କାରଣରୁ ଅନେକ ଦିନ ହେବ ଦୀପିକା ପରଦାରୁ ଦୂରରେ ଅଛନ୍ତି । କିନ୍ତୁ ଖୁବ ଜଲଦି ଦୀପିକାଙ୍କୁ ଏକ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିବ । ଯେଉଁଥିରେ ଦୀପିକା କମବ୍ୟାକ କରୁଥିବାନେଇ ସୂଚନା ରହିଛି । ଏହି ଭିଡିଓରେ ସେ ନିଜ ସ୍ବାମୀ ସୋଏବଙ୍କ ସହିତ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ନିକଟରେ ଦୀପିକାଙ୍କର ବଢିଥିବା ଓଜନ ନେଇ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଥିଲେ ଅଭିନେତ୍ରୀ । ହେଲେ ବର୍ତ୍ତମାନ ଦୀପିକାଙ୍କୁ ତାଙ୍କର ପୁରୁଣା ସ୍ଲିମ ଲୁକରେ ବି ଦେଖିବାକୁ ମିଳୁଛି । ତେବେ ଦୀପିକାଙ୍କ କମବ୍ୟାକ ତାଙ୍କ ଫ୍ୟାନଙ୍କୁ ଖୁବ ଖୁସି ଦେଇଛି । ନିଜ ପ୍ରିୟ ଅଭିନେତ୍ରୀଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।