ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
ଭୁବନେଶ୍ୱର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର । ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ଆତଙ୍କ ସୃଷ୍ଟି କରିଥିବା ଅପରାଧୀ ଅର୍ଜୁନ ପ୍ରଧାନ ନନ୍ଦିପଦା ପୋଲିସ ଗୁଳିରେ ଗୁରୁତର ହୋଇଥିବା ସୂଚନା ମିଳିଛି । ଅର୍ଜୁନକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଅର୍ଜୁନ ପ୍ରଧାନ ଯାଜପୁର ଜିଲ୍ଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗାଁର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେ କିଛି ଦିନ ଧରି କେନ୍ଦୁଝର ଜିଲ୍ଲା ନନ୍ଦିପଦାରେ ଆତ୍ମଗୋପନ କରି ରହୁଥିଲା ।
ଘଟନାନୁସାରେ , ଆନନ୍ଦପୁର ସୋସା ଥାନା୩ ବନ୍ତଳା ଗାଁର ଏକ ଗହଣା ଦୋକାନ ଲୁଟର ମୁଖ୍ୟ ଅଭିଯୁକ୍ତ ଥିଲା ଅର୍ଜୁନ । ଦୀର୍ଘ ଦିନ ଧରି ପୋଲିସ ଅର୍ଜୁନକୁ ଧରିବା ପାଇଁ ଉଦ୍ୟମ କରୁଥିଲା । ଶେଷରେ ଅର୍ଜୁନର ଠିକଣା ମିଳିଥିଲା । ପୋଲିସକୁ ମିଳିଥିବା ସୂଚନା ଆଧାରରେ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ହେଲେ ପୋଲିସକୁ ଦେଖି ଛେନାପଦୀ ନିକଟ ଅସିଆ ଗାଁ ପାଖରେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା ଅର୍ଜୁନ । ତେବେ ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଗୁଳି ମାଡ଼ରେ ଆହତ ହେବା ପରେ ତୁରନ୍ତ ତାକୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଓ ଆଶୁ ଚିକିତ୍ସା କରାଯିବା ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।