ନାନାଙ୍କର ନିରାଡ଼ମ୍ବର ଜୀବନଶୈଳୀ ,ଛାଡିଗଲେ ଅମାପ ସମ୍ପତ୍ତି

Oct 08, 2026 - 15:12
ନାନାଙ୍କର ନିରାଡ଼ମ୍ବର ଜୀବନଶୈଳୀ ,ଛାଡିଗଲେ ଅମାପ ସମ୍ପତ୍ତି

ମୁମ୍ବାଇ : ମାସକୁ ମାତ୍ର ୩୫ ଟଙ୍କା ରୋଜଗାରରୁ ଆରମ୍ଭ ହୋଇଥିଲା ଯାତ୍ରା । ଆଉ ପରେ ନାଁ ହେଲା ବଲିଉଡର ଅନ୍ୟତମ ଦମଦାର ଅଭିନେତା । ହାତରେ ଆସିଲା କୋଟି କୋଟି ଟଙ୍କା, ତିଆରି ହେଲା ସମ୍ପତ୍ତ, କିନ୍ତୁ ବଦଳିଲାନାହିଁ ଜୀବନଶୈଳୀ । ହେଲେ ଆଜି ତାଙ୍କ ଦେହାନ୍ତର ଖବର ପ୍ରଚାର ହେବା ପରେ ଏବେ ଚର୍ଚ୍ଚା ହେଉଛି ତାଙ୍କର କୋଟି କୋଟି ସମ୍ପତ୍ତିର କିଏ ହେବେ ଉତ୍ତରାଧିକାରୀ? କିଏ ଥିଲେ ଏହି ଅଭିନେତା? କେମିତି ୩୫ ଟଙ୍କାରୁ କୋଟି କୋଟିର ସାମ୍ରାଜ୍ୟ ଗଢିଥିଲେ? ଆସନ୍ତୁ ଜାଣିବା ତାଙ୍କ ଜୀବନର ଏହି ଅଜଣା କାହାଣୀ ।

WhatsApp Image 2026-10-08 at 2.38.43 PM
ନାନା ପାଟେକର ଏକ ଏମିତି ନାମ ଯାହା ବଲିଉଡ ଜଗତରେ ଗୋଟିଏ ସମୟରେ ଚହଳ ପକାଇଥିଲା । ହେଲେ ସମୟ ସହିତ ଋତୁ ଭଳି ବଦଳିଛି ନାନାଙ୍କ ଜୀବନ । ନାନା ପାଟେକରଙ୍କ ଜୀବନ ଯାତ୍ରା ଥିଲା ସଂଘର୍ଷ, ପରିଶ୍ରମ ଓ ସଫଳତାର ଏକ ଅନନ୍ୟ କାହାଣୀ । ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଅଭିନୟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ନାନା । ତାଙ୍କ ଅଭିନୟର ଦମଦାର ଶୈଳୀ ଏବଂ ନିଆରା ବ୍ୟକ୍ତିତ୍ୱ ତାଙ୍କୁ ବଲିଉଡର ଅନ୍ୟତମ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରାଇଥିଲା । ତେବେ ଅଭିନୟରୁ ବଡ ହୋଇଥିଲା ତାଙ୍କର ସରଳ ଜୀବନଶୈଳୀ । ତାଙ୍କ ଜୀବନ, କ୍ୟାରିୟର ଓ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ରିପୋର୍ଟ ଓ ଆକଳନ ଅନୁଯାୟୀ ନାନା ପାଟେକରଙ୍କ ମୋଟ ସମ୍ପତ୍ତି ପ୍ରାୟ ୫୦ ରୁ ୮୦ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଏ । ତେବେ ତାଙ୍କ ପ୍ରକୃତ ସମ୍ପତ୍ତିର ସଠିକ୍ ଆକଳନ ସାର୍ବଜନୀନ ଭାବେ ନିଶ୍ଚିତ ନୁହେଁ ।

WhatsApp Image 2026-10-08 at 2.35.49 PM (2)

ଅଭିନୟ ସହ ଅନ୍ୟାନ୍ୟ ଆୟ ଉତ୍ସ ମଧ୍ୟ ତାଙ୍କ ଆର୍ଥିକ ସଫଳତାର ଅଂଶ ଥିବା ରିପୋର୍ଟରେ କୁହାଯାଇଛି । ଗତ କିଛି ବର୍ଷରେ ନାନା ପାଟେକର ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୨ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି  । ସମ୍ପତ୍ତି କଥା ଆସିଲେ ମୁମ୍ବାଇରେ ତାଙ୍କର ପ୍ରାୟ ୭୫୦ ବର୍ଗଫୁଟର ଏକ ୧ ବିଏଚ୍କେ ଫ୍ଲାଟ୍ ରହିଛି  । ରିପୋର୍ଟ ଅନୁସାରେ ଅନେକ ଦଶନ୍ଧି ପୂର୍ବେ ସେ ଏହି ଘରକୁ ପ୍ରାୟ ୧.୧ ଲକ୍ଷ ଟଙ୍କାରେ କିଣିଥିଲେ । ଆଜି ଏହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହୋଇଥିବା ଆକଳନ କରାଯାଏ । ବଡ ବଡ ବଙ୍ଗଳା ଓ ବିଳାସପୂର୍ଣ୍ଣ ଘର ଅପେକ୍ଷା ନାନା ଏହି ସରଳ ଘରେ ରହିବାକୁ ଅଧିକ ପସନ୍ଦ କରୁଥିଲେ । ଏହା ତାଙ୍କ ସରଳ ଜୀବନଶୈଳୀର ଏକ ବଡ ଉଦାହରଣ ଥିଲା । ମୁମ୍ବାଇ ବ୍ୟତୀତ ଗୋଆରେ ମଧ୍ୟ ତାଙ୍କର ଏକ ବାସସ୍ଥାନ ଥିବା କୁହାଯାଏ । ତଙ୍କ ସମ୍ପତ୍ତି ତାଲିକାରେ ପୁଣେ ନିକଟରେ ଥିବା ଏକ ଫାର୍ମ ହାଉସର ମଧ୍ୟ ଉଲ୍ଲେଖ ମିଳେ । ପ୍ରାୟ ୨୭ ଏକର ଜମିରେ ଏହି ଫାର୍ମ ହାଉସ୍ ବିସ୍ତୃତ ଥିବା କିଛି ରିପୋର୍ଟରେ କୁହାଯାଏ । ଏଠାରେ ନାନା ଚାଷକରିବା ସହ ପ୍ରକୃତିର ନିକଟରେ ଥିବା ସରଳ ଜୀବନ ବିତାଇବାକୁ ପସନ୍ଦ କରୁଥିଲେ । ଫସଲ ଓ ପନିପରିବାର ଯତ୍ନ ନେବା ତାଙ୍କ ଜୀବନର ଏକ ଭିନ୍ନ ପାଶ୍ୱର୍କୁ ଦର୍ଶାଉଥିଲା ।

WhatsApp Image 2026-10-08 at 2.35.49 PM

ତେଣୁ ନାନା ପାଟେକରଙ୍କ କାହାଣୀ କେବଳ ୫୦ କିମ୍ବା ୮୦ କୋଟିର ସମ୍ପତ୍ତିର କାହାଣୀ ନୁହେଁ । ଏହା ହେଉଛି ମାତ୍ର ୩୫ ଟଙ୍କାର ରୋଜଗାରରୁ ଆରମ୍ଭ କରି କୋଟି କୋଟି ଟଙ୍କାର ସଫଳତା ପର୍ଯ୍ୟନ୍ତ ପହଞ୍ଚିବାର ଏକ ପ୍ରେରଣାଦାୟକ ଯାତ୍ରା । ଏତେ ସଫଳତା ଓ ସମ୍ପତ୍ତି ହାସଲ କରିବା ପରେ ମଧ୍ୟ ନାନା ବିଳାସପୂର୍ଣ୍ଣ ଜୀବନ ପଛରେ ଦୌଡିନଥିଲେ । ସରଳ ଜୀବନ, ପ୍ରକୃତି ପ୍ରତି ଭଲପାଇବା ଏବଂ ନିଜ ମାଟି ସହ ଯୋଡି ହୋଇ ରହିବା ତାଙ୍କ ବ୍ୟକ୍ତିତ୍ୱର ବିଶେଷ ପରିଚୟ ଥିଲା । ଏହି ସରଳତା ହିଁ ତାଙ୍କୁ ବଲିଉଡର ଅନ୍ୟ ତାରକାଙ୍କଠାରୁ ଭିନ୍ନ କରିଥିଲା । ନାନା ପାଟେକରଙ୍କ ଅଭିନୟ, ସଂଘର୍ଷ ଓ ସରଳ ଜୀବନଶୈଳୀ ସବୁବେଳେ ତାଙ୍କ ପ୍ରଶଂସକଙ୍କ ମନରେ ସ୍ମରଣୀୟ ହୋଇ ରହିବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।