ରାଜ୍ୟରୁ ବିଦାୟ ନେବ ମୌସୁମୀ

Oct 08, 2026 - 14:07
ରାଜ୍ୟରୁ ବିଦାୟ ନେବ ମୌସୁମୀ

ଭୁବନେଶ୍ୱର : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ଏହା ସମ୍ପୂର୍ଣ୍ଣ ବିଦାୟ ନେଇପାରେ । ବର୍ତ୍ତମାନ ରାଜ୍ୟରୁ କେତେକ ସ୍ଥାନରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇ ସାରିଲାଣି । ବିଶେଷକରି ସୁନ୍ଦରଗଡ଼ ଏବଂ ବରଗଡ଼ ଜିଲ୍ଲାରୁ ମୌସୁମୀ ବିଦାୟ ନେଇ ସାରିଥିବାବେଳେ ଆସନ୍ତା ୩-୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ମୌସୁମୀ ବିଦ୍ୟା ନେବାର ସମ୍ଭାବନା ରହିଛି । ମୌସୁମୀ ଅପସାରଣ ଯୋଗୁଁ ରାଜ୍ୟରେ ଧୀରେ ଧୀରେ ବର୍ଷାର ପରିମାଣ କମିବା ସହ ଶୁଖିଲା ପାଗ ଅନୁଭୂତ ହେବ।

ଅନ୍ୟପଟେ, ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେବା ପୂର୍ବରୁ ୧୩-୧୪ ତାରିଖ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ପୁଣି ଏକ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 

ବର୍ତ୍ତମାନ କିଛି ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ଅଧିକ ରହୁଥିବା ବେଳେ ମୌସୁମୀ ଫେରିଯିବା ପରେ ରାତିର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇ ଶୀତର ଆଗମନ ପ୍ରକ୍ରିୟା ଆରମ୍ଭ ହେବ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।