ପାକିସ୍ତାନ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ: ୨୩ରୁ ଅଧିକ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

Sep 13, 2026 - 23:31
ପାକିସ୍ତାନ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ: ୨୩ରୁ ଅଧିକ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

କରାଚୀ: ବଲୁଚିସ୍ତାନରେ ପାକିସ୍ତାନ ସେନାର ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବଲୁଚିସ୍ତାନର ଲାସବେଲା ଜିଲ୍ଲାରେ ଏନ୍‌-୨୫ ଜାତୀୟ ରାଜପଥ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ସେନାର ୨୩ରୁ ଅଧିକ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଅନେକ ସୈନିକ ଆହତ ହୋଇଛନ୍ତି। ଲାସବେଲାର କଶାରୀ ଅଞ୍ଚଳରେ ଫ୍ରଣ୍ଟିୟର୍ସ ଫୋର୍ସର ପାଖାପାଖି ୧୫ଟି ଗାଡ଼ିରେ ସୁରକ୍ଷାକର୍ମୀ ଯାଉଥିବାବେଳେ ସେମାନଙ୍କୁ ଟା‌ର୍ଗେଟ କରି ବିସ୍ଫୋରଣ କରାଯାଇଛି। ବିସ୍ଫୋରଣ ପରେ ସୁରକ୍ଷାକର୍ମୀଙ୍କ ଗୋଟିଏ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଆହତମାନଙ୍କୁ ବେଲା ଶିବିରରେ ରଖି ଚିକିତ୍ସା କରାଯାଉଛି। ଏହି ଆକ୍ରମଣ ପାଇଁ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍‌ଏ)କୁ ଦାୟୀ କରାଯାଇଛି। ବିଏଲ୍‌ଏ ଗତ କିଛି ମାସ ହେଲା ସୁରକ୍ଷାକର୍ମୀ, ସରକାରୀ ପ୍ରତିଷ୍ଠାନ ଓ ସଡ଼କ ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ବିଏଲ୍‌ଏର ଆକ୍ରମଣ ପରେ ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଦେଇଛନ୍ତି। ଏନ୍‌-୨୫ ଜାତୀୟ ରାଜପଥ ଟ୍ରାଫିକ ଚଳାଚଳ ପାଇଁ ବନ୍ଦ ରହିଛି। ତେବେ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସାର୍ବଜନୀନ ବୟାନ ଆସିନଥିବାରୁ ମୃତାହତ ସଂଖ୍ୟା ଆଧିକାରିକ ଭାବେ ସ୍ପଷ୍ଟ ହୋଇପାରିନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।