ହର୍ମୁଜ୍ରେ ପୁଣି ଇରାନ ଜାହାଜ ବିସ୍ଫୋରଣ: ଜଣେ ମୃତ, ୩ ଆହତ
ତେହେରାନ: ହର୍ମୁଜ୍ ପ୍ରଣାଳୀରେ ଆଉ ଏକ ଇରାନୀ ଜାହାଜ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ବାରା କରାଯାଇଛି। ହେଙ୍ଗାମ ଏବଂ କ୍ୱେଶମ୍ ଦ୍ୱୀପପୁଞ୍ଜ ଉପକୂଳରେ ରବିବାର ସକାଳ ପ୍ରାୟ ୫:୦୦ ଟା ସମୟରେ ଏକ ଇରାନୀ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ହର୍ମୁଜ୍ ପ୍ରଣାଳୀର ସବୁଠାରୁ ବଡ଼ ଦ୍ୱୀପ କ୍ୱେଶମ୍ ନିକଟରେ ରାତିସାରା ଅନେକ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର୍ ପକ୍ଷରୁ ସୋସିଆଲ ମିଡିଆରେ ଏହାର ଏକ ଚିତ୍ର ପୋଷ୍ଟ କରି କୁହାଯାଇଛି ଯେ, ଜାହାଜଟି ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଏନେଇ ଅଧିକ ତଦନ୍ତ ଚାଲିଛି। ଏହି ମାର୍ଗରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।