ପୁଅ , ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଲପାଟଣା ଗାଁ ରେ ଚାଞ୍ଚଲ୍ୟ । ନାବାଳକ ପୁଅ ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ଶୋଇଥିବାବେଳେ ତଣ୍ଟି ଉପରେ ଚଢି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ନିରଞ୍ଜନ ସାହୁ। ଗତକାଲି ବିଳମ୍ବିତ ରାତିରେ ନିରଞ୍ଜନ ମଦ ପିଇ ଘରକୁ ଫେରିଥିଲେ । ଘରେ ପହଞ୍ଚି ସ୍ତ୍ରୀ ଓ ପୁଅ,ଝିଅଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ନିରଞ୍ଜନ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ତ୍ରୀ ମନୋରମା ତଣ୍ଟି ଉପରେ ଛିଡ଼ା ହୋଇ ତାଙ୍କୁ ହତ୍ୟାକରି ଥିଲେ । ଏହି ମାମଲାରେ ମନୋରମାଙ୍କ ସହ ତାଙ୍କ ପୁଅ ଓ ନାବାଳିକା ଝିଅ ସାମିଲ ଥିବା ନିଜେ ମନୋରମା ସ୍ୱୀକାର କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଘରୁ ୩ଜଣଙ୍କୁ ଉଠାଇ ନେଇଛି ଆଳି ପୋଲିସ। ତେବେ ସ୍ୱମୀ ଜଣକ ନିଶାସକ୍ତ ଅବସ୍ଥାରେ ପ୍ରତିଦିନ ଘରେ ଗଣ୍ଡଗୋଳ କରୁଥିବାରୁ ,ଏଥିରେ ଅତିଷ୍ଠ ହୋଇ ଗତକାଲି ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି ସ୍ତ୍ରୀ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।