ପୁରୁଷ ହକି: ଭାରତର ତୃତୀୟ ବିଜୟ
ନାଗୋୟା : ଚଳିତ ଏସୀୟ କ୍ରୀଡ଼ାର ପୁୁରୁଷ ହକିରେ ଭାରତ କ୍ରମାଗତ ତୃତୀୟ ବିଜୟ ସହ ସେମିଫାଇନାଲ ନିକଟତର ହୋଇଛି। ଗୁରୁବାର ପୁଲ୍ ‘ଏ‘ ମ୍ୟାଚରେ ଭାରତ ୮-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି । ଭାରତ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ପୁଲ୍ର ଶୀର୍ଷ ସ୍ଥାନରେ ରହିଛି।
ପ୍ରଥମ ଦୁଇ ମ୍ୟାଚରେ ବୃହତ୍ ବିଜୟ ହାସଲ କରିଥିବା ଭାରତ ତୃତୀୟ ମ୍ୟାଚରେ ମଧ୍ୟ ଉକ୍ତ ପ୍ରଦର୍ଶନ ବଜାୟ ରଖିଥିଲା। ୪ ମିନିଟ୍ରେ ଭାରତ ପକ୍ଷରୁ ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ। ଭାରତ ପକ୍ଷରୁ ୧୦ ମିନିଟ୍ରେ ସୁଖଜିତ ସିଂହ ଦ୍ବିତୀୟ, ୧୧ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂହ ୩ୟ ଓ ୧୫ ମିନିଟ୍ରେ ଅଭିଷେକ ଚତୁର୍ଥ ଗୋଲ ଦେଇଥିଲେ। ୨୬ ମିନିଟ୍େର ଭାରତ ପକ୍ଷରୁ ଦିଲପ୍ରୀତ ସିଂହ ପଞ୍ଚମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୫-୦ ଗୋଲରେ ଆଗୁଆ ରହିଥିଲା। ୩୨ ମିନିଟ୍ରେ ଭାରତ ପାଇଁ ଦିଲପ୍ରୀତ ସିଂହ ଷଷ୍ଠ, ୩୮ ମିନିଟ୍େର ଅଭିଷେକ ସପ୍ତମ ଗୋଲ ଦେଇଥିଲେ। ୪୨ ମିନିଟ୍ରେ ଦକ୍ଷିଣ କୋରିଆ ପକ୍ଷରୁ କିମ୍ ଜିଆଓ ଗୋଲ ଦେଇ ମ୍ୟାଚକୁ ୧-୭ ସ୍ତରକୁ ଆଣିଥିଲେ। ୫୨ ମିନିଟ୍ରେ ଦକ୍ଷିଣ କୋରିଆ ପକ୍ଷରୁ କିମ୍ ୟାଙ୍ଗବୁକ୍ ଦ୍ବିତୀୟ ଗୋଲ ଦେଇ ମ୍ୟାଚକୁ ୨-୭ ସ୍ତରକୁ ଆଣିଥିଲେ। ୬୦ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ରାଜେନ୍ଦର ସିଂହ ଗୋଲରେ ପରିଣତ କରି ଦଳକୁ ୮-୨ରେ ବିଜୟୀ କରାଇଥିଲେ। ଭାରତ ପ୍ରଥମ ମ୍ୟାଚରେ ୧୩-୧ ଗୋଲରେ ଇଣ୍ଡୋନେସିଆ ଓ ଦ୍ବିତୀୟ ମ୍ୟାଚରେ ୧୬-୧ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ଚତୁର୍ଥ ମ୍ୟାଚ ୨୬ରେ ଜାପାନ ବିପକ୍ଷରେ ଖେଳିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।