ପୋକରଖି ପରିବେଷଣ ହେଉଛି ମିଠା
ଚୀନ୍ରେ ଥିବା ଏକ ରେସ୍ତୋରାଣ୍ଟ ନିଜର ଏକ ଅନନ୍ୟ ଡିସ୍ ପାଇଁ ଖୁବ ଚର୍ଚ୍ଚାରେ ରହିଛି । ଯେଉଁଠାରେ ପେଷ୍ଟ୍ରି ଏବଂ ସ୍ୱିଟ୍ ଏଗ୍ ଟାର୍ଟ ଉପରେ ପୋକ ରଖି ପରିବେଷଣ କରାଯାଉଛି । ଏହି ଖାଦ୍ୟକୁ ଚାଖିବା ପାଇଁ ଦୂରଦୂରାନ୍ତରୁ ଲୋକମାନେ ଆସୁଛନ୍ତି । ରେସ୍ତୋରାଣ୍ଟ ମାଲିକଙ୍କ କହିବା ଅନୁଯାୟୀ, ଏଗୁଡ଼ିକ ଅସରପା ନୁହଁନ୍ତି ବରଂ 'ଡାଇଭିଂ ବିଟଲ୍ସ' ଅଟନ୍ତି । ଏହି ବିଟଲ୍ସଗୁଡ଼ିକର ଦୁର୍ଗନ୍ଧ ଦୂର କରିବା ପାଇଁ ପ୍ରଥମେ ସେଗୁଡ଼ିକୁ ଭଲଭାବେ ସଫା କରାଯାଏ, ସେଗୁଡ଼ିକୁ କ୍ରିସପି କରିବା ପାଇଁ ଡେଣା ସହିତ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ତେଲରେ ଭଜାଯାଏ । ଏହାପରେ ସ୍ୱିଟ୍ ଏଗ୍ ଟାର୍ଟ ଉପରେ ରଖାଯାଏ । ନିର୍ମାତାଙ୍କ ଅନୁଯାୟୀ ଏହାର ସ୍ୱାଦ କ୍ରଞ୍ଚି କ୍ରିସ୍ପସ୍ ଭଳି ହୋଇଥାଏ । ଏହି ତିନୋଟି ବିଟଲ୍ସ ଥିବା ପେଷ୍ଟ୍ରିର ମୂଲ୍ୟ ପାଖାପାଖି ୩୫୦ ଟଙ୍କା ରହିଥିବା ବେଳେ ରେଷ୍ଟୁରାଣ୍ଟଟି ଦିନକୁ ପ୍ରାୟ ୨୦ ସେଟ୍ ବିକ୍ରି କରୁଛି । ଯଦିଓ ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ଏହାକୁ ଖାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି, ହେଲେ ଏଠାରେ ସ୍ଥାନୀୟଲୋକ ଏହାକୁ ଖୁବ ପସନ୍ଦ କରିବା ସହ ଖାଉଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।