ପୋକ ଧରିବା ପ୍ରତିଯୋଗିତା

Oct 06, 2026 - 16:08
ପୋକ ଧରିବା ପ୍ରତିଯୋଗିତା

 

ଚୀନ୍‌ର ବେଜିଂ ଚିଡ଼ିଆଖାନାରେ ପୋକମାନଙ୍କ  ବଂଶବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟଟକମାନଙ୍କୁ ନେଇ 'ପେଷ୍ଟ ୱାରିଅର୍ସ' ନାମକ ଏକ ଅନନ୍ୟ ପ୍ରତିଯୋଗିତା ଆରମ୍ଭ କରାଯାଇଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଗ୍ଲୋବ୍ସ, ଚପଷ୍ଟିକ୍‌ସ ଏବଂ କଣ୍ଟେନର ଦିଆଯାଉଛି । ଯାହା ମାଧ୍ୟମରେ ସେମାନେ ଗଛରୁ ପୋକ ସଂଗ୍ରହ କରୁଛନ୍ତି । ପ୍ରତିଦିନ ଅପରାହ୍ନରେ ସଂଗ୍ରହ କରାଯାଇଥିବା ପୋକଗୁଡ଼ିକର ଓଜନ କରାଯାଉଥିବାବେଳେ ସବୁଠାରୁ ଅଧିକ ଓଜନର ପୋକ ଧରୁଥିବା ବିଜେତାଙ୍କୁ ୧୦ଟି ମାଗଣା ଚିଡ଼ିଆଖାନା ଟିକେଟ୍ ପ୍ରଦାନ କରାଯାଉଛି । ପ୍ରତିଯୋଗିତାର ପ୍ରଥମ ତିନି ଦିନ ମଧ୍ୟରେ ୧୮ କିଲୋଗ୍ରାମରୁ ଅଧିକ ପୋକ ସଂଗ୍ରହ କରାଯାଇସାରିଛି । ଏହି ପୋକଗୁଡ଼ିକ ୩୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦକୁ ନଷ୍ଟ କରିପାରନ୍ତି ଏବଂ ଚଳିତ ବର୍ଷ ଅନୁକୂଳ ପାଣିପାଗ ହେତୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଗଛରୁ ଜାଲ ହଟାଇବା, କୀଟନାଶକ ପ୍ରୟୋଗ କରିବା ସହ ପୋକଙ୍କ ବଂଶ ହ୍ରାସ କରିବା ପାଇଁ ପ୍ରାୟ ୧.୧ ବିଲିୟନ 'ପାରାସାଇଟିକ୍ ୱାସପ୍' (ପରଜୀବୀ ବିଷାକ୍ତ ପୋକ) ଛାଡ଼ିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।