ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଥାନାରେ ଉତ୍ତେଜନା
ମାଲକାନଗିରି : ପୋଲିସ ହେପାଜତ ରେ ଯୁବକଙ୍କୁ ମୃତ୍ୟୁ । ମାଲକାନଗିରିର ଏକ ହୋଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ଯାହାକୁ ନେଇ ଥାନା ପରିସରରେ ଉତ୍ତେଜନା ଦେଖା ଦେଇଛି । ମୃତକ ହେଲେ ମାଲକାନଗିରିର ଏମ.ଭି.-୬୫ର ତନୁପ ଦେ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ହରିୟାଣା ପୋଲିସର ଏକ ଟିମ୍ ଗତକାଲି ରାତିରେ ତନୁପଙ୍କୁ ଉଠାଇ ଆଣିଥିଲା ଏବଂ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ପାଇଁ ମାଲକାନଗିରି ସହରର ଏକ ହୋଟେଲରେ ରଖିଥିଲା ।
ଆଜି ସକାଳେ ମାଲକାନଗିରି ଇନ ନାମକ ହୋଟେଲ ରୁ ତାଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ମୃତକଙ୍କ ପରିବାରବର୍ଗ ହରିୟାଣା ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯୁବକଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ପରିବାର ଲୋକେ ଦାବି କରିଛନ୍ତି । ପ୍ରତିବାଦରେ ଥାନା ସମ୍ମୁଖରେ ଟାୟାର ଜାଳି ଏନଏଚ- ୩୨୬ରାସ୍ତା ଅବରୋଧ କରାଯାଇଛି । ଉତ୍ତେଜନା ପ୍ରକାଶ ପାଇବା ପରେ ସୁରକ୍ଷା ଦୃଷ୍ଟିରୁ ଏବଂ ତଦନ୍ତ ପାଇଁ ହରିୟାଣା ପୋଲିସ ଟିମ୍କୁ ମାଲକାନଗିରି ଥାନା ପରିସରରେ ଅଟକ ରଖାଯାଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।