ସନ୍ତରଣରେ ନୂଆ ରେକର୍ଡ

Oct 25, 2026 - 13:28
ସନ୍ତରଣରେ ନୂଆ ରେକର୍ଡ

 

୩୩ ବର୍ଷୀୟା ଆମେରିକୀୟ ମହିଳା ସନ୍ତରଣକାରୀ କ୍ୟାଥରିନ୍ ବ୍ରିଡ୍ କାଲିଫର୍ନିଆର ସମୁଦ୍ର କୂଳେ କୂଳେ ଏକ ଅସମ୍ଭବ କାମ କରି ଦେଖାଇଛନ୍ତି । ଯେଉଁଥିରେ ସେ ଶାର୍କ, ପ୍ରବଳ ଝଡ଼ ଏବଂ ଶକ୍ତିଶାଳୀ ଢେଉର ସାମ୍ନା କରି ମୋଟ ୧,୪୪୮ କିଲୋମିଟର ପଥ ସମୁଦ୍ରରେ ସନ୍ତରଣ କରି ଅତିକ୍ରମ କରିଛନ୍ତି । ଗତ ଜୁଲାଇ ୧ ତାରିଖରେ ଓରେଗନ୍ ସୀମାନ୍ତରୁ ନିଜର ଏହି ସାହସିକ ଯାତ୍ରା ଆରମ୍ଭ କରିଥିବା କ୍ୟାଥରିନ୍ ପ୍ରତିଦିନ ପ୍ରାୟ ୧୬ ରୁ ୨୪ କିଲୋମିଟର ପର୍ଯ୍ୟନ୍ତ ପହଁରି ଅକ୍ଟୋବର ୧୯ ତାରିଖରେ ସାନ ଡିଏଗୋଠାରେ ପହଞ୍ଚିଥିଲେ । ଏହି ମୋଟ ୧୧୧ ଦିନର ଯାତ୍ରା ସମୟରେ ସେ ପ୍ରତିଦିନ ପ୍ରାୟ ପାଞ୍ଚ ଘଣ୍ଟା ଧରି ପାଣିରେ ବିତାଇଥିଲେ । ତାଙ୍କ ସହିତ ଏକ ୫୨ ଫୁଟ୍ ଲମ୍ବା ସହଯୋଗୀ ଡଙ୍ଗା ଓ ତାଙ୍କର ସମ୍ପୂର୍ଣ୍ଣ ଟିମ୍ ମଧ୍ୟ ରହିଥିଲା । ପୂର୍ବରୁ ଇଂଲିଶ ଚ୍ୟାନେଲ୍ ଏବଂ ନର୍ଥ ଚ୍ୟାନେଲ୍ ପାର୍ କରିସାରିଥିବା କ୍ୟାଥରିନ୍ ଏହି ଯାତ୍ରା ସମୟରେ ଜଳରେ ପ୍ଲାଷ୍ଟିକ ଆର୍ବଜନା ଓ ବହୁସଂଖ୍ୟାରେ ଭାସମାନ ବେଲୁନ୍ ଦେଖିବାକୁ ପାଇଥିଲେ । ଲୋକମାନେ ସାଧାରଣତଃ ଶାର୍କକୁ ଭୟ କରୁଥିବା ବେଳେ ପ୍ରକୃତରେ ମାନବ କାର୍ଯ୍ୟକଳାପ ହିଁ ସାମୁଦ୍ରିକ ପରିବେଶ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ସେ ମତ ଦେଇଛନ୍ତି । ତାଙ୍କର ଏହି ସଫଳତା ସମୁଦ୍ର ସଫା ରଖିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।