ପ୍ରକାଶ ପାଇଲା ନିଟ୍‌ ପିଜି ପ୍ରବେଶିକା ପରୀକ୍ଷା ଫଳ

Sep 24, 2026 - 16:44
ପ୍ରକାଶ ପାଇଲା ନିଟ୍‌ ପିଜି ପ୍ରବେଶିକା ପରୀକ୍ଷା ଫଳ

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ଼ ଅଫ୍‌ ଏକଜାମିନେସନ୍‌ ମେଡିକାଲ ସାଇନ୍ସେସ୍‌ (ଏନ୍‌ବିଇଏମ୍‌ଏସ୍‌) ପକ୍ଷରୁ ଗୁରୁବାର ନିଟ୍‌ ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଫଳ ଘୋଷଣା କରାଯାଇଛି। ପିଜି ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଏନ୍‌ବିଇଏମ୍‌ଏସ୍‌ ଅଫିସିଆଲ ୱେବସାଇଟ୍‌କୁ ଯାଇ ସେମାନଙ୍କ ପରୀକ୍ଷାଫଳ ଯାଞ୍ଚ କରିପାରିବେ। ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏନ୍‌ବିଇଏମ୍‌ଏସ୍‌ ଦ୍ୱାରା ପରିଚାଳିତ ନିଟ୍‌ ପିଜି ୨୦୨୬ ପାଇଁ ଶହ ଶହ ଡାକ୍ତରୀ ସ୍ନାତକ ପରୀକ୍ଷା ଦେଇଥିଲେ। ପରୀକ୍ଷା ୩୦ ଅଗଷ୍ଟ,୨୦୨୬ ରେ ଅନୁଷ୍ଠିତ ହୋଇଥିଲା ଓ ପରେ ଜୟପୁରର ଦୁଇଟି କେନ୍ଦ୍ରରେ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃପରୀକ୍ଷା କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।