ପୁରୀ ରେ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଲେ ହୋଟେଲ କର୍ମଚାରୀ
ପୁରୀ : ବର୍ବରତାର ସୀମା ଟପିଲେ ହୋଟେଲ କର୍ମଚାରୀ । ବାସି ଖାଦ୍ୟ କହିବାରୁ ପର୍ଯ୍ୟଟକଙ୍କୁ ହୋଟେଲ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକରୁ ଆସିଥିବା ଏକ ପର୍ଯ୍ୟଟକ ଦମ୍ପତିଙ୍କୁ ହୋଟେଲର ସଟର ବନ୍ଦ କରି କର୍ମଚାରୀ ମାନେ ନିର୍ଦ୍ଧୁମ ମାଡ଼ ମାରିଥିବା ସୂଚନା ମିଳିଛି ।
ଏହି ଘଟଣା ପରେ ଜୀବନରେ କେବେ ପୁରୀ ଆସିବେନି ବୋଲି କାନ୍ଦି କାନ୍ଦି କହିଛନ୍ତି ଗର୍ଭବତୀ ଥିବା ମହିଳା ଜଣକ । ଗର୍ଭବତୀ ଜାଣିବି ରେସ୍ତୋରାଁ ସଟର ବନ୍ଦ କରି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ଗାଲ, କାନ ଓ ଏକାଧିକ ସ୍ଥାନରେ ହୋଇଛି କ୍ଷତ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ଘଟଣା ଅନୁସାରେ, ମହୀଶୂରରୁ ଆସିଥିବା ସୁସ୍ମିତା ଓ ତାଙ୍କ ପରିବାର ଓ ସମ୍ପର୍କୀୟ ମିଶି ପ୍ରାୟ ୧୩ ଜଣ ପୁରୀ ଆସିଥିଲେ । ଗତକାଲି ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ସେଠାରେ ଖାଦ୍ୟରେ ଚୁଟି ବାହାରି ଥିଲା ଏବଂ ନିମ୍ନ ମାନର ଖାଦ୍ୟକୁ ନେଇ ଖାଇବା ବଦଳାଇବାକୁ ହୋଟେଲ କର୍ମଚାରୀଙ୍କୁ । ତେବେ ଖାଇବା ବଦଳରେ ପୁଣି ଥରେ ପଇସା ଦେଲେ ଆଉ ଖାଦ୍ୟ ପରସିବେ ବୋଲି ଜିଦି ଧରିଥିଲେ ହୋଟେଲ କର୍ମଚାରୀ । ପର୍ଯ୍ୟଟକମାନେ ପ୍ରଥମେ ଖାଦ୍ୟ ଦେବା ପରେ ଟଙ୍କା ଦେବେ ବୋଲି କହିଥିଲେ । କିନ୍ତୁ କର୍ମଚାରୀମାନେ ତାହା ନଶୁଣି ପ୍ରଥମେ ଟଙ୍କା ମାଗିଥିଲେ ଏବଂ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ବଢ଼ିଯାଇଥିଲା ।
ପରେ ପ୍ରତିବାଦରେ ମହିଳା ଜଣଙ୍କ ଭିଡିଓ କରିଥିଲେ । ଏଥିରେ ହୋଟେଲ କର୍ମଚାରୀ ଉତକ୍ଷିପ୍ତ ହୋଇ ହୋଟେଲର ସଟର ବନ୍ଦକରି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଗାଲ,ଓ ଏକାଧିକ ସ୍ଥାନରେ ଆଘାତ ଲାଗିଥିଲା । ପୁରୀ ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସହ ଏଭଳି ଦୁର୍ବ୍ୟବହାର ଓ ମାଡ଼ପିଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।