ପ୍ରତିକୂଳ ପାଗର ପ୍ରଭାବ:ରାଞ୍ଚିରେ ଇଣ୍ଡିଗୋର ୧୨ ଫ୍ଲାଇଟ୍ ବାତିଲ

Sep 25, 2026 - 19:17
ପ୍ରତିକୂଳ ପାଗର ପ୍ରଭାବ:ରାଞ୍ଚିରେ ଇଣ୍ଡିଗୋର ୧୨ ଫ୍ଲାଇଟ୍ ବାତିଲ

ରାଞ୍ଚି:ପ୍ରତିକୂଳ ପାଗ ପରିସ୍ଥିତି ଯୋଗୁଁ ଶୁକ୍ରବାର ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ଇଣ୍ଡିଗୋର ୧୨ଟି ନିର୍ଦ୍ଧାରିତ ଫ୍ଲାଇଟ୍ ରୋଟେସନ୍ ବାତିଲ ହୋଇଛି। ଏହା ଫଳରେ ମୋଟ ୨୪ଟି ବିମାନ ଚଳାଚଳ ପ୍ରଭାବିତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।ଇଣ୍ଡିଗୋ ଅନୁଯାୟୀ,ରାଞ୍ଚି ବିମାନବନ୍ଦର ଅଞ୍ଚଳରେ ଖରାପ ପାଗ ଯୋଗୁଁ ଉଡ଼ାଣ ବାତିଲ କରିବାକୁ ପଡ଼ିଛି। ଏହାର ପ୍ରଭାବରେ ରାଞ୍ଚିକୁ ଆସିବା କିମ୍ବା ରାଞ୍ଚିରୁ ଯିବାକୁ ଥିବା ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି।ବାତିଲ ହୋଇଥିବା ଉଡ଼ାଣ ମଧ୍ୟରେ କୋଲକାତା–ରାଞ୍ଚି, ପୁଣେ–ରାଞ୍ଚି, ହାଇଦ୍ରାବାଦ–ରାଞ୍ଚି, ମୁମ୍ବାଇ–ରାଞ୍ଚି, ଅହମ୍ମଦାବାଦ–ରାଞ୍ଚି, ଦିଲ୍ଲୀ–ରାଞ୍ଚି, ପାଟନା–ରାଞ୍ଚି ଏବଂ ବେଙ୍ଗାଲୁରୁ–ରାଞ୍ଚି ରୁଟ୍ ରହିଛି।

ପ୍ରମୁଖ ବାତିଲ ହୋଇଥିବା ଫ୍ଲାଇଟ୍‌ଗୁଡ଼ିକ ହେଲା—

  • 6E 7561 ଓ 6E 7562 — କୋଲକାତା–ରାଞ୍ଚି–କୋଲକାତା
  • 6E 6484 ଓ 6E 6799 — ପୁଣେ–ରାଞ୍ଚି–ବେଙ୍ଗାଲୁରୁ
  • 6E 421 ଓ 6E 398 — ହାଇଦ୍ରାବାଦ–ରାଞ୍ଚି
  • 6E 6087 ଓ 6E 6088 — ମୁମ୍ବାଇ–ରାଞ୍ଚି

ଏହା ବ୍ୟତୀତ ରାଞ୍ଚି ସହ ଅହମ୍ମଦାବାଦ, ପାଟନା, ଦିଲ୍ଲୀ ଓ ବେଙ୍ଗାଲୁରୁକୁ ଯୋଡ଼ୁଥିବା ଅନ୍ୟ ସେବା ମଧ୍ୟ ପ୍ରଭାବିତ ହୋଇଛି।ଦିନସାରା ନିର୍ଦ୍ଧାରିତ ତିନୋଟି ଦିଲ୍ଲୀ–ରାଞ୍ଚି–ଦିଲ୍ଲୀ ରୋଟେସନ୍, ତିନୋଟି କୋଲକାତା–ରାଞ୍ଚି–କୋଲକାତା ସେବା ଏବଂ ଗୋଟିଏ ପାଟନା–ରାଞ୍ଚି–ଅହମ୍ମଦାବାଦ ରୋଟେସନ୍ ମଧ୍ୟ ବାତିଲ ହୋଇଛି।ଇଣ୍ଡିଗୋ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଫ୍ଲାଇଟ୍‌ର ସଦ୍ୟତମ ସ୍ଥିତି ଯାଞ୍ଚ କରିବା ଏବଂ ଏୟାରଲାଇନ୍ସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।