ପ୍ରଥମେ କରିଥିଲେ ମନା

Sep 01, 2026 - 16:46
ପ୍ରଥମେ କରିଥିଲେ ମନା

 

ମିର୍ଜାପୁରରେ ଡିମ୍ପି ପଣ୍ଡିତ ଚରିତ୍ରରେ ଅଭିନୟ କରି ପ୍ରତ୍ୟେକ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହର୍ଷିତା ଗୌର ଏବେ ବଡ଼ ପରଦାରେ ଆସିବାକୁ ଥିବା ମିର୍ଜାପୁର : ଦି ମୁଭିରେ ନଜର ଆସିବେ । ଯାହା ତାଙ୍କ ପାଇଁ ପ୍ରାୟ ୮ ବର୍ଷ ପରେ ଏକ ପ୍ରକାର ଘରବାହୁଡ଼ା ସଦୃଶ । ତେବେ ଏକ ସାକ୍ଷାତକାରରେ ନିଜ ଅନୁଭୂତି ବାଣ୍ଟି ସେ ପ୍ରକାଶ କରିଛନ୍ତି ଯେ ଯେଉଁ ୱେବ୍ ସିରିଜ୍ ତାଙ୍କୁ ଆଜି ସଫଳତା ଦେଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଏହାକୁ ରିଜେକ୍ଟ କରିଦେଇଥିଲେ । ସେତେବେଳେ ଓଟିଟିର ଧାରଣା ନୂଆ ଥିଲା ଏବଂ ସେ ଟେଲିଭିଜନ ଶୋରେ ମୁଖ୍ୟ ଭୂମିକାରେ କାମ କରିସାରିଥିବାରୁ ଅନ୍ୟ କାହାର ଭଉଣୀ ଚରିତ୍ର କରିବାକୁ ଇଚ୍ଛୁକ ନଥିଲେ । ହେଲେ ପରେ ଏହି ସିରିଜକୁ ନେଇ ତାଙ୍କର ମନ ବଦଳିଥିଲା ଏବଂ ସେ ଏହାକୁ କରିଥିଲେ । ସେହିଭଳି ଯଦି ସେ ଏହି ପ୍ରୋଜେକ୍ଟ କରି ନଥାନ୍ତେ ତେବେ ଏହା ତାଙ୍କର କ୍ୟାରିୟରର ସବୁଠାରୁ ବଡ ଭୁଲ ହୋଇଥାଆନ୍ତା ବୋଲି ସେ ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।