ଫିଫା ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଫୁଟବଲ ; ଭାରତ-ବ୍ରାଜିଲ ମ୍ୟାଚ ଆଜି
କଲକାତା : ଭାରତ ଓ ବ୍ରାଜିଲ ମଧ୍ୟରେ ଫିଫା ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଶନିବାର କଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନ (ସଟ୍ଲେକ୍ ଷ୍ଟାଡ଼ିୟମ)ରେ ଖେଳାଯିବ। ସର୍ବାଧିକ ୫ଥର ବିଶ୍ବ ଚମ୍ପିଆନ ବ୍ରାଜିଲ ବିପକ୍ଷରେ ଭାରତ ପ୍ରଥମ ଥର ମ୍ୟାଚ ଖେଳିବାକୁ ଯାଉଛି। ଫିଫା ମାନ୍ୟତାରେ ବ୍ରାଜିଲ ୫ ନମ୍ବର ସ୍ଥାନରେ ଥିବାବେଳେ ଭାରତ ୧୩୮ତମ ସ୍ଥାନରେ ରହିଛି। ପ୍ରଦର୍ଶନକୁ ଦେଖିଲେ ବ୍ରାଜିଲ ତୁଳନାରେ ଭାରତ ଅତି ନିମ୍ନମାନ୍ୟତା ଦଳ ରହିଛି।
ଗତ ୨୫ରେ ବେଙ୍ଗାଲୁରୁରେ ଖେଳାଯାଇଥିବା ପାନାମା ବିପକ୍ଷରେ ମ୍ୟାଚକୁ ଭାରତ ୧-୧ ଗୋଲ ଡ୍ର ରଖିଥିଲା। ୪୪ତମ ମାନ୍ୟତାପ୍ରାପ୍ତ ପାନାମା ସହ ମ୍ୟାଚକୁ ଡ୍ର ରଖିବା ପରେ ବ୍ରାଜିଲ ବିପକ୍ଷ ମ୍ୟାଚ ଲାଗି ଭାରତୀୟ ଦଳ ଉତ୍ସାହିତ ରହିଛି। ବ୍ରାଜିଲ ମରକ୍ୟୁନିହାସଙ୍କ ନେତୃତ୍ବରେ ଖେଳିବାକୁ ଯାଛଛି। ଦଳରେ ଭିନିସିୟସ ଜୁନିୟର, ଆନ୍ସିଲୋଟି, ଡୋଗଲାସ ସାଣ୍ଟୋସ, ବ୍ରୁନୋ ଗୁଇମାରାସ, ସାମୁଏଲ ଲିନୋ, ଇଷ୍ଟାଭାଓ ୱିଲିୟମ୍ସଙ୍କ ଭଳି ଖେଳାଳି ରହିଛନ୍ତି। ରାଫିନୋ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଆହତ ପାଇଁ ମ୍ୟାଚ ଖେଳିବେ ନାହିଁ। ଫିଫା ଫୁଟବଲ ବିଶ୍ବକପ-୨୦୨୬ରେ ବ୍ରାଜିଲ ପ୍ରି କ୍ବାର୍ଟର ଫାଇନାଲରୁ ବିଦାୟ ନେଇଥିଲା। ୨୦୩୦ ବିଶ୍ବକପ ପ୍ରସ୍ତୁତି ନେଇ ଦଳ ଏକାଧିକ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିବାକୁ ଲକ୍ଷ୍ୟ ରଖିଛି। ଏହି କ୍ରମରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ଯାଉଛି। ବ୍ରାଜିଲ ବିପକ୍ଷରେ ଖେଳିବା ନେଇ ଆମେ ପ୍ରସ୍ତୁତ ଅଛୁ। ପାନାମା ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିଥିଲା। ରିୟାନ ୱିଲିୟମ୍ସଙ୍କ ସମେତ ଗୋଲରକ୍ଷକ ଗୁର୍ପ୍ରୀତସିଂହ ସାନ୍ଧୁ, ମିଡ୍ଫିଲଡର ଆକାଶ ମିଶ୍ରା, ଅନୱାର ଅଲ୍ଲୀ, ଅନିରୁଦ୍ଧ ଥାପ୍ପା,ଫାରୁକ ଚୌଧୁରୀ, ଲାଲିଙ୍ଗୱାଲା ରାଲେଟ, ସାହଲ ଅବଦୁଲ ସାମଦ, ଫରୱାର୍ଡରେ ମାନବୀର ସିଂହ, ରହିମ ଅଲ୍ଲୀ ପ୍ରମୁଖ ଖେଳାଳି ଅମା ନିକଟରେ ରହିଛନ୍ତି। ଆମେ ୯୦ ମିନିଟ୍ ଭଲ ଫୁଟବଲ ଖେଳିବା ଉପରେ ଗୁରୁତ୍ବ ଦେଉଛୁ। ୫ଥର ବିଶ୍ବ ଚମ୍ପିଆନ ବ୍ରାଜିଲ ସହ ଖେଳିବା ଆମ ପାଇଁ ସମ୍ମାନ ଓ ଆହ୍ବାନ ବୋଲି ଜମିଲ କହିଛନ୍ତି। ମ୍ୟାଚ ଭାରତୀୟ ସମୟ ରାତି ୭ଟା୩୦ରୁ ଖେଳାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।