ବିଦ୍ୟାଭରତୀଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

Oct 30, 2026 - 15:51
ବିଦ୍ୟାଭରତୀଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରଟି ପଣ୍ଡାଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣି ସେହ ହୋଇଛି ଇ ତେବେ ଏହି ରାୟ ସଂରକ୍ଷିତ ରଖିଛନ୍ତି ଓଡିଶା ହାଇକୋର୍ଟ ।  

ହାଇକୋର୍ଟରେ ଉଭୟ ପକ୍ଷଙ୍କ ପକ୍ଷରୁ ଦୀର୍ଘ ସମୟ ଧରି ଯୁକ୍ତି ଓ ଶୁଣାଣି ଶେଷ ହେବା ପରେ ମାନ୍ୟବର ଅଦାଲତ ଏହି ଆଗୁଆ ଜାମିନ ଆବେଦନର ଚୂଡ଼ାନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି । ଏବେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା ।  ଏହା ପୂର୍ବରୁ ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ସମ୍ଭାବ୍ୟ ଗିରଫଦାରୀରୁ କୌଣସି ପ୍ରକାରର ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଥିଲେ

ସୂଚନାନୁସାରେ, ୨୦୨୧ ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ଗୁରୁତର ଭାବେ ପୋଡ଼ି ଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର । ତାଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣାଯାଉଥିବାବେଳେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା  । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅନ୍ୟତମ ଅଭିଯୁକ୍ତ ଅଛନ୍ତି । ତାଙ୍କୁ ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଥମେ ଅକ୍ଟୋବର ୧ ତାରିଖ ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟ ଯାଇଥିଲେ । ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହ ଆଗୁଆ ଜାମିନ ଆବେଦନ କରିବାର ସୁଯୋଗ ଦେଇଥିଲେ । 

ଏହାପରେ ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ପୂର୍ବ ଶୁଣାଣିରେ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବା ସହ ମାମଲାର କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ଅନ୍ୟପଟେ ଆଜି ସୁଦ୍ଧା ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେବା କଥା ବିଦ୍ୟାଭାରତୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।