ବ୍ୟସ୍ତ ଅଛନ୍ତି ରିଷଭ
'କାନ୍ତାରା' ଷ୍ଟାର ରିଷଭ ସେଟ୍ଟୀ ଏବଂ 'ମଞ୍ଜୁମ୍ମେଲ ବଏଜ୍' ନିର୍ଦ୍ଦେଶକ ଚିଦାମ୍ବରମ୍ ଏକ ନୂତନ କନ୍ନଡ଼ ସ୍ପୋର୍ଟସ ଡ୍ରାମା ପାଇଁ ହାତ ମିଳାଇଛନ୍ତି । ଆଗାମୀ ବର୍ଷରୁ ଏହି ବହୁପ୍ରତୀକ୍ଷିତ ସିନେମାର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ପ୍ରଯୋଜକ ଶିବୁ ଥାମିନ୍ସଙ୍କ ଦ୍ୱାରା ଏହାର ପ୍ରି-ପ୍ରଡକ୍ସନ୍ କାର୍ଯ୍ୟ ଜାରି ରହିଛି । ଆଞ୍ଚଳିକ ତଥା ଭାବପୂର୍ଣ୍ଣ କାହାଣୀ ପାଇଁ ଜଣାଶୁଣା ଏହି ଦୁଇ କଳାକାର ଦୁଇଟି ଚଳଚ୍ଚିତ୍ରରେ ଆଗକୁ ନଜର ଆସୁଥିବା ସୂଚନା ରହିଛି । 'ଜୟ ହନୁମାନ' ଏବଂ 'କାନ୍ତାରା'ର ପରବର୍ତ୍ତୀ ଭାଗ ସହିତ ଏହି କ୍ରୀଡ଼ା ଭିତ୍ତିକ ସିନେମା ରିଷଭଙ୍କ କ୍ୟାରିୟର ପାଇଁ ଏକ ଭିନ୍ନ ମୋଡ ସାବ୍ୟସ୍ତ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ କାହାଣୀ, ଅନ୍ୟାନ୍ୟ କଳାକାର ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଖୁବଶୀଘ୍ର ଏହାର ଆନୁଷ୍ଠାନିକ ଘୋଷଣା କରାଯିବବୋଲି ଜଣା ପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।