ମଣିଷ ଓ ରୋବୋଟ ଫାଇଟ

Sep 23, 2026 - 16:52
ମଣିଷ ଓ ରୋବୋଟ ଫାଇଟ

 

ଆମେରିକାର ସାନ ଫ୍ରାନ୍ସିସ୍କୋଠାରେ ଜଣେ ମଣିଷ ଏବଂ ୬ ଫୁଟ୍ ଉଚ୍ଚତାର ଏକ ହ୍ୟୁମାନଏଡ୍ ରୋବୋଟ୍ ମଧ୍ୟରେ ଏକ ଅନନ୍ୟ ଲଢ଼େଇ ଦେଖିବାକୁ ମିଳିଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ରୋବୋଟଟି ମଣିଷକୁ ମାଡମାରି ତଳେ ପକାଇଦେଉଥିବା ଦେଖିବାକୁ ମିଳୁଛି । କଣ୍ଟେଣ୍ଟ କ୍ରିଏଟର ଫ୍ରାଙ୍କି ଲାପେନା ଏହି ରୋବୋଟ୍ ସହ ଲଢ଼େଇ କରିଥିବା ବେଳେ ଆମେରିକୀୟ ରୋବୋଟିକ୍ସ କମ୍ପାନୀ 'ଆର.ଇ.କେ.'  ନିଜର ଭର୍ଚୁଆଲ୍-ରିଅଲିଟି କମ୍ବ୍ୟାଟ୍ ଗେମ୍ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ରିମୋଟ୍ ଦ୍ୱାରା ନିୟନ୍ତ୍ରିତ ଏହି ରୋବୋଟ୍ଟି ଲଢ଼େଇ ପୂର୍ବରୁ ରିଂ ମଧ୍ୟରେ ୱାର୍ମ-ଅପ୍ କରୁଥିବାର ଦେଖାଯାଇଥିବା ବେଳେ ଲଢେଇ ସମୟରେ  ବିଧା ଓ ଗୋଇଠା ମାରି ଫ୍ରାଙ୍କିଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଥିଲା । ଆର.ଇ.କେ. ଏହାକୁ ବିଶ୍ୱର ପ୍ରଥମ ମଣିଷ-ବନାମ-ହ୍ୟୁମାନଏଡ୍ ରୋବୋଟ୍ ଲଢ଼େଇ ବୋଲି ଦାବି କରିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ତେବେ ଭବିଷ୍ୟତରେ ରିମୋଟ୍-କଣ୍ଟ୍ରୋଲ୍ଡ ରୋବୋଟ୍ଗୁଡ଼ିକ ବ୍ୟବସାୟିକ ଫାଇଟିଂର ଅଂଶବିଶେଷ ହେବେ କି ନାହିଁ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।