ମାନସ ସନ୍ତାନ 'ସମୟ ' ଖବର କାଗଜ

Sep 07, 2026 - 10:03
ମାନସ ସନ୍ତାନ 'ସମୟ ' ଖବର କାଗଜ

 

 କେବଳ ରାଜନୀତି ନୁହେଁ ଦେଶର ଚତୁର୍ଥସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ଅତୁଳନୀୟ ଅବଦାନ । ଲୋକଙ୍କ ସମସ୍ୟାକୁ ସମାଧାନ କରିବାର ଏକ ନୂଆ ଉପାୟ ଭାବେ ସେ ଗଣମାଧ୍ୟମକୁ ପାଥେୟ କରିଥିଲେ । ତାଙ୍କ ମାନସ ସନ୍ତାନ ଭାବେ ୧୯୯୬ ଅକ୍ଟୋବର ୨ରେ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ରଙ୍ଗିନ ଦୈନିକ ସମ୍ବାଦପତ୍ର "ସମୟ' ।  ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେତେବେଳେ ତାହାର ସବୁ ପୃଷ୍ଠା ଥିଲା ରଙ୍ଗୀନା ଯାହା ଥିଲା ଏକ ଅଭିନବ ପ୍ରଚେଷ୍ଟା । ସେତେବେଳେ ଏହି ଖବର କାଗଜ ଓଡ଼ିଶାର ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧା କରିବାରେ ବେଶ୍ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା । ଶ୍ରୀ ବିଶ୍ବାଳ ସେତେବେଳେ ନିଜେ ଏହାର ମଙ୍ଗ ସମ୍ଭାଳି ଏହାକୁ ଓଡ଼ିଶାବାସୀଙ୍କ ସେବାରେ ଉତ୍ସର୍ଗୀକୃତ କରିଥିଲେ । ବିଗତ ୩୦ ବର୍ଷ ଧରି ବସନ୍ତ ବିଶ୍ବାଳଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି 'ସମୟ ' ଖବରକାଗଜ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।