ରୁଷରୁ ତୈଳ କ୍ରୟ ବନ୍ଦ କରିବନି ଭାରତ:ଅର୍ଥମନ୍ତ୍ରୀ

Sep 24, 2026 - 14:41

ନୂଆଦିଲ୍ଲୀ: ରୁଷ ଓ ଇରାନରୁ ତୈଳ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ଶହେ ପ୍ରତିଶତ ଶୁଳ୍କ ଲଗାଇବାର ବ୍ୟବସ୍ଥା ଥିବା ଆଇନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଞ୍ଜୁରୀ ଦେଇଛନ୍ତି। ଏହି ନୂଆ ଆଇନରେ ଭାରତ ସର୍ବାଧିକ ପ୍ରଭାବିତ ହୋଇପାରେ। ତେବେ ଆମେରିକା ଚାପ ଆଗରେ ନଇଁବୁ ନାହିଁ ବୋଲି ଭାରତ ବାର୍ତ୍ତା ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ କାହାଠାରୁ ଏହା ଆଣିବ ନାହିଁ। ଦେଶର ୧୪୦ କୋଟି ଲୋକଙ୍କ ଶକ୍ତି ଆବଶ୍ୟକତା ଓ ଘରୋଇ ଶକ୍ତି ସୁରକ୍ଷାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଭାରତ ପାଇଁ ରାଷ୍ଟ୍ରହିତ ସର୍ବୋପରି। ବିଶ୍ବର ପ୍ରତ୍ୟେକ କୋଣରୁ ତୈଳ କିଣିବ, ଯେଉଁଠୁ ସହଜରେ ଓ ଉଚିତ ସର୍ତ୍ତରେ ଏହା ମିଳିବ। ‘ବିଜନେସଲାଇନ ଚେଞ୍ଜ ମେକର୍ସ ଆୱାର୍ଡସ’ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ମଳା ମଙ୍ଗଳବାର ଏହି ଟିପ୍ପଣୀ ଦେଇଥିଲେ।
ଅର୍ଥମନ୍ତ୍ରୀ କହିଥିଲେ ଯେ ଯଦି ଭାରତ ରୁଷକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକଠାରୁ ତୈଳ ଆଣିବା ଆରମ୍ଭ କରିବ, ତେବେ ବଜାରରେ ତୈଳ ହ୍ରାସ ପାଇବ ଓ ଅନ୍ତର୍ଜାତୀୟସ୍ତରରେ ଦାମ ହଠାତ୍ ବହୁତ ବଢ଼ିଯିବ। ସାଉଦି ଆରବର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ଓ ଉପସାଗରୀୟ ଦେଶରେ ଉତ୍ତେଜନା କାରଣରୁ ପୂର୍ବରୁ ହିଁ ତୈଳ ଅଭାବ ଦେଖା ଦେଇଛି। ରୁଷ ଭଳି ବଡ଼ ତୈଳ ରପ୍ତାନିକାରୀଠାରୁ ହଠାତ ଯୋଗାଣ ବନ୍ଦ କରିଦେଲେ ସମଗ୍ର ବଜାରର ସନ୍ତୁଳନ ବିଗିଡ଼ିଯିବ।

ଗୌତମ ଆଦାନୀ ଭାରତର ସବୁଠୁ ଧନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।