ସିଜେପି ର ୩ନେତା ଅଟକ

Oct 13, 2026 - 11:45
ସିଜେପି ର ୩ନେତା ଅଟକ

ନୂଆଦିଲ୍ଲୀ : କାକ୍ରୋଚ ଜନତା ପାର୍ଟି (ସିଜେପି)ର ୩ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଆନ୍ଦୋଳନ ପାଇଁ ଜନ୍ତର ମନ୍ତର ପହଂଚିବା ପରେ ୩ ନେତା ଆଶୁତୋଷ ରାଙ୍କା ଆଜିଙ୍କ୍ୟ ସିଂଦେ ଏବଂ ସୌରଭ ଦାସଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ପୂର୍ବରୁ ସିଜେପିର ଅଭିଜିତ ଦୀପକଇଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା । 

ସୂଚନାନୁସାରେ, ଗତକାଲି ଜନ୍ତର ମନ୍ତର ଠାରେ ବିକ୍ଷୋଭ ଉପରେ ବ୍ୟାନ ଲଗାଇଥିଲା ଦିଲ୍ଲୀ ପୋଲିସ । ଏହା ସତ୍ତ୍ୱେ ଆଜି ସୌରଭ ଏବଂ ଆଶୁତୋଷଙ୍କ ସମେତ ସିଜେପିର କିଛି ବ୍ୟକ୍ତି ଜନ୍ତରମନ୍ତର ନିକଟବର୍ତ୍ତୀ ଜେଡିୟୁ ପାର୍ଟି ଅଫିସ ଆଡକୁ ଯାଉଥିଲେ । ଏହାପରେ ଗେଟ୍ ଡେଇଁ ଜନ୍ତରମନ୍ତରର ଏକ କୋଣକୁ ଚାଲି ଯାଇଥିଲେ । ପୋଲିସ ସମସ୍ତଙ୍କୁ ଅଟକ ରଖିଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ଏଫଆଇଆର ମଧ୍ୟ ରୁଜୁ କରିପାରେ । ଆଶୁତୋଷ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି । ଏଥିରେ ସେ ଭାରତ ମାତା କି ଜୟ ନାରା ଲଗାଉଛନ୍ତି । ଏହାସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ମାଗୁଥିବା ଦେଖା ଯାଇଛି  ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।