ସୁକମା ଜଙ୍ଗଲରୁ ଠାବ ହେଲା ମାଓ ଡମ୍ପ

Oct 13, 2026 - 11:02
ସୁକମା ଜଙ୍ଗଲରୁ ଠାବ ହେଲା ମାଓ ଡମ୍ପ

ମାଲକାନଗିରି : ପୁଣି ଧୀରେ ଧୀରେ ମୁଣ୍ଡ ଟେକୁଛି ମାଓ ସଂଗଠନ । ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ସକ୍ରିୟ ହେଉଛି ଲାଲ ବାହିନୀ । ଛତିଶଗଡ଼ ସୁକମା ଜଙ୍ଗଲରେ ସୁରକ୍ଷାବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମାଓ ଡମ୍ପ । ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ଖବର ଅନୁଯାୟୀ, ସୁକମା ଜଙ୍ଗଲରେ ପୋଲିସ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କୁ ମାଓ ଡମ୍ପ ମିଳିଥିଲା । ଏହି ମାଓ ଡମ୍ପରୁ ୧୩ଟି ବନ୍ଧୁକ ସହ ୨୦୮ଟି ଡିଟୋନେଟର ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ଏହି ସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ପୋଲିସ ସୂତ୍ରରୁ ଜଣା ପଡିଛି  । ବର୍ତ୍ତମାନ ସୁଦ୍ଧା ଅପରେସନ ଜାରି ରହିଥିବା କହିଛନ୍ତି ସୁକୁମା ଏସପି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।