ହୃଦୟ ବିଦାରକ : ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ମୃତ

Oct 17, 2026 - 13:46
ହୃଦୟ ବିଦାରକ : ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ମୃତ

ଉତ୍ତରପ୍ରଦେଶ : ରାତିରେ ନୁଡୁଲ୍ସ ଖାଇ ଶୋଇଲେ, ସକାଳେ ମିଳିଲା ପରିବାରର ୫ ଜଣଙ୍କର ମୃତଦେହ । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅନ୍ତର୍ଗତ ରବୁପୁରା ଅଞ୍ଚଳର ନଗଲା ଶ୍ରୀ ପଦମ ଗ୍ରାମରେ । ମୃତକଙ୍କ ମଧ୍ୟରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ୩ପିଲା । ସ୍ୱାମୀ ମହେଶ (୩୭), ପତ୍ନୀ ଲଳିତା (୩୫), ପୁଅ ଲଡ୍ଡୁ (୧୧) ଏବଂ ସାକ୍ଷାତ (୩) ଝିଅ ମିଷ୍ଟି (୭) ଅଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣା ପଡ଼ିନଥିଲେ ମଧ୍ୟ ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହାକୁ ଫୁଡ୍ ପଏଜନିଂ ବୋଲି ସନ୍ଦେହ କରୁଛି ପୋଲିସ । ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ଫରେନସିକ୍ ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛି ପୋଲିସ ।

ଘଟନାନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମହେଶ ଏବଂ ତାଙ୍କ ପତ୍ନୀ ରାତିରେ ଘରେ ନୁଡୁଲ୍ସ ତିଆରି କରି ଖାଇଥିଲେ ଏବଂ ଶନିବାର ସକାଳେ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଥିବାବେଳେ ଘଟଣାର ପ୍ରକୃତ କାରଣ ଜଣା ପଡ଼ିନାହିଁ  । ଖବର ପାଇବା ପରେ ସ୍ଥାନୀୟ ପୋଲିସ ସମେତ ଫରେନ୍ସିକ ଟିମ୍ ଏବଂ ଖାଦ୍ୟ ସୁରକ୍ଷା ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି  । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।