୧୯ ରୁ ୨୫ ହାଇକୋର୍ଟରେ ଦଶହରା ଛୁଟି

Oct 16, 2026 - 11:19
୧୯ ରୁ ୨୫ ହାଇକୋର୍ଟରେ ଦଶହରା ଛୁଟି

କଟକ : ଓଡ଼ିଶା ହାଇକୋର୍ଟର ଦଶହରା ଅବକାଶ ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ହାଇକୋର୍ଟରେ ଦୁର୍ଗାପୂଜା ଛୁଟି ଅକ୍ଟୋବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଲିବ। ତେବେ ୧୭ ଓ ୧୮ ତାରିଖ ଶନିବାର ଓ ରବିବାର କୋର୍ଟ ସ୍ୱାଭାବିକ ଭାବେ ବନ୍ଦ ରହୁଥିବାରୁ ଶୁକ୍ରବାର ହେଉଛି ଦଶହରା ପୂର୍ବ ଶେଷ କାର୍ଯ୍ୟ ଦିବସ । ଆସନ୍ତା ୨୭ ତାରିଖରେ କୋର୍ଟ ପୁନଃ ଖୋଲିବ । ଛୁଟି ସମୟରେ କେବଳ ୨୩ ତାରିଖରେ ଅବକାଶକାଳୀନ ଅଦାଲତ ବସିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଏବଂ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗୋଟେ ବେଞ୍ଚ୍ କାର୍ଯ୍ୟ କରିବ । ପୁନର୍ବାର ଉଭୟ ବିଚାରପତି ପୃଥକ ପୃଥକ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି କରିବେ । ଏହି ଛୁଟି ଭିତରେ ୨୧, ୨୨ ଓ ୨୩ ତାରିଖରେ କୋର୍ଟ ଅଫିସ୍ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।