୨୫ ଜାନୁଆରୀରୁ ଆରମ୍ଭ ହୋଇ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ ଜନଗଣନା
ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୨୦୨୫ରୁ ଆରମ୍ଭ ହେବ ଦେଶର ପରବର୍ତ୍ତୀ ଜନଗଣନା । ନିର୍ବାଚନ ହେବାକୁ ଥିବା ଏବଂ ବରଫାବୃତ ଅଞ୍ଚଳଗୁଡ଼ିକୁ ବାଦ୍ ଦେଲେ, ସମଗ୍ର ଭାରତରେ ୨୦୨୭ ମସିହା ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ଅନୁଷ୍ଠିତ ହେବ । ଏନି ଶୁକ୍ରବାର ଜନଗଣନା କମିଶନର ଘୋଷଣା କରିଛନ୍ତି । ଏହି ଜନଗଣନା ପାଇଁ 'ରେଫରେନ୍ସ ତାରିଖ' (ସନ୍ଦର୍ଭ ତାରିଖ) ହେଉଛି ୨୦୨୭ ମସିହା ମାର୍ଚ୍ଚ ୧ ତାରିଖର ରାତି ୧୨ଟା ।
ଭାରତର ରେଜିଷ୍ଟ୍ରାର୍ ଜେନେରାଲ୍ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମଣିପୁର (ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ), ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଲଦାଖ ତଥା ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରର ବରଫାବୃତ ଅଞ୍ଚଳଗୁଡ଼ିକୁ ବାଦ୍ ଦେଲେ, ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ କରାଯିବ ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜନଗଣନା ପାଇଁ "ସଂଶୋଧନ ପର୍ଯ୍ୟାୟ" (revisional round) ୨୦୨୭ ମସିହା ମାର୍ଚ୍ଚ ୧ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଘରକୁ ଘର ବୁଲି ଜନସଂଖ୍ୟା ଗଣନା ଆରମ୍ଭ ହେବା ପୂର୍ବରୁ, ୨୦୨୭ ମସିହା ଜାନୁଆରୀ ୧୦ ତାରିଖରୁ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ନିଜେ ତଥ୍ୟ ପ୍ରଦାନ କରିବା (self-enumeration) ପାଇଁ ଏକ ବିକଳ୍ପ ଉପଲବ୍ଧ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।