୩୦ ପରର ୱାର୍ଡରୋବ
ତିରିଶି ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନଙ୍କ ପାଇଁ ପୋଷାକ ଚୟନ କେବଳ ଟ୍ରେଣ୍ଡ୍ ନୁହେଁ ବରଂ ନିଜ ପାଇଁ କେଉଁ ପୋଷାକ ଉପଯୁକ୍ତ ତାହା ଜାଣିବା ପଛରେ ଧାଇଁବା ନୁହେଁ, ବରଂ ନିଜ ପାଇଁ କ’ଣ ସଠିକ୍ ତାହା ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଏଭଳି କିଛି ପୋଷାକ ସମ୍ପର୍କରେ ଜାଣିବା ଯାହା ଆପଣ ସବୁଦିନ ପିନ୍ଧିପାରିବେ ।

ଦୈନନ୍ଦିନ ବ୍ୟବହାର ପାଇଁ
ୱାର୍ଡରୋବ୍ରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ପୋଷାକଗୁଡ଼ିକ ସାଧାରଣତଃ ଅତି ସରଳ ହୋଇଥାଏ । ଏଥିପାଇଁ ଆପଣ 'କ୍ୟୁଲୋଡ୍ ଏୟାରଇଜ୍ ଅଲ୍ ଡେ' ଟପ୍ ବାଛିପାରିବେ । ଏଗୁଡିକ ଲମ୍ବା ସିଲୁଏଟ୍, ମେଶ୍ ସ୍ଲିଭ୍ସ ଏବଂ ଷ୍ଟ୍ରେଚେବଲ୍ ହୋଇଥାଏ । ସେହିଭଳି ଏହା ବାଉଁଶ-କପା ଏବଂ କୁଲ୍ମ୍ୟାକ୍ସ ମିକ୍ସରେ ତିଆରି ହୋଇଥାଏ । ତେଣୁ ଏହି ଟପ୍ ଶରୀରକୁ ଦିନସାରା ଥଣ୍ଡା ରଖିବାରେ ଖୁବ ସହାୟକ ହୋଇଥାଏ । ଏହା ଦୈନନ୍ଦିନ ବ୍ୟବହାର ପାଇଁ ଭଲ ଚଏସ ହୋଇଥାଏ ।
ପାର୍ଟି ଲୁକ
ପାର୍ଟି ଲୁକ ପାଇଁ 'କ୍ୟୁଲୋଡ୍ ସ୍କଲପ୍ଟ କୋର୍ସେଟ୍' ଟପ୍ କୁ ଚୟନ କରନ୍ତୁ, ଏକ ପରଫେକ୍ଟ ଲୁକ ମିଳିବ । ଏହା ଆପଣଙ୍କର କମ୍ଫର୍ଟକୁ ଖରାପ ନକରି ଏକ ଭଲ ଲୁକ ଦେଇଥାଏ । ଏହାକୁ 'କ୍ୟୁଲୋଡ୍ ଆଙ୍କଲ୍ କାର୍ଗୋ ପ୍ୟାଣ୍ଟ' ସହିତ ପେୟାର କରନ୍ତୁ ଖୁବ ଭଲ ଲୁକ ମିଳିବ । ସେହିଭଳି ଏଗୁଡିକ ଆପଣଙ୍କୁ ଏକ ଗର୍ଜିଅସ ପାର୍ଟି ଲୁକ ମଧ୍ୟ ଦେବ ।

ଅଫ୍-ଡ୍ୟୁଟି ୟୁନିଫର୍ମ
ଯଦି ଆପଣ ଏପରି ଏକ କୋ-ଓର୍ଡ ସେଟ୍ ଖୋଜୁଛନ୍ତି ଯାହା ଆପଣଙ୍କ ପୋଷାକ ବାଛିବା ସମସ୍ୟା ଦୂର କରିବ, ତେବେ 'ସ୍ନାପ୍ ଆଣ୍ଡ୍ ସ୍ୱେ କ୍ୟୁଲୋଡ୍' ଟପ୍ ଆପଣଙ୍କ ପାଇଁ ଖୁବ ଭଲ ଚଏସ ହେବ । କଳା ଓ କ୍ରିମ୍ ରଙ୍ଗର ଏହି ଟପ୍ ଅପଣଙ୍କୁ ଖୁବ ଭଲ କ୍ଲାସି ଲୁକ ପ୍ରଦାନ କରିବ । ଡ୍ରପ୍ ସୋଲଡର୍, ଆଡଜଷ୍ଟେବଲ୍ ବ୍ରାଣ୍ଡେଡ୍ ସ୍ନାପ୍ ବଟନ୍ ଏବଂ ସାଇଡ୍ ସ୍ଲିଟ୍ରେ ଥିବା ବ୍ରାଣ୍ଡେଡ୍ ଟେପ୍ ଏହାକୁ ଅଧିକ ଆକର୍ଷଣୀୟ କରିଥାଏ ।

ସବୁ ସମୟ ପାଇଁ ଫିଟ
କେବଳ ଅଫିସ ନୁହେଁ କିଛି ଏଭଳି ଟପ ରହିଛି ଯାହାକୁ ସବୁସମୟରେ ପିନ୍ଧି ହେବ । କ୍ୟୁଲୋଡ୍ ରିବ୍ ରୁଚ୍ଡ' ଟପ୍ ଆପଣଙ୍କ ପାଇଁ ଏକ ସଠିକ ଚଏସ ହେବ, ଏହା ସବୁ ପାଇଁ ପୁରା ଫିଟ ହୋଇଥାଏ । ଟ୍ୟାନ୍ବୁସେଲ୍ ବାଉଁଶ-କପା ରିବ୍ ନିଟ୍ ଏବଂ କୁଲ୍ମ୍ୟାକ୍ସ ଷ୍ଟ୍ରେଚ୍ରେ ପ୍ରସ୍ତୁତ ଏହି ଟପ୍ର ଫିନିସିଂ ଆକର୍ଷଣୀୟ ହୋଇଥାଏ । ସେହିଭଳି ଏହାର ଢିଲା ଫିଟିଂ ଅତ୍ୟନ୍ତ ସୁବିଧାଜନକ ହୋଇଥିବାବେଳେ ଏକ ସୁନ୍ଦର ଲୁକ କ୍ରିଏଟ କରିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।