୬ ବର୍ଷରେ ବିଶ୍ବରେକର୍ଡରେ ସ୍ଥାନ
ଚୀନ୍ର ଜଣେ ୬ ବର୍ଷୀୟା ବାଳିକା ଲିଆନ୍ ମାତ୍ର ୪.୨୭ ସେକେଣ୍ଡରେ ରୁବିକ୍ସ କ୍ୟୁବ୍ ସମାଧାନ କରି ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ସଫଳତା ହାସଲ କରିଥିବା ପ୍ରଥମ ମହିଳା ସ୍ପିଡ୍କ୍ୟୁବର୍ ହେବାର ଗୌରବ ସେ ଅର୍ଜନ କରିଛନ୍ତି । ଚଳିତ ମାସ ୱୁହାନ୍ ଏବଂ ଗ୍ୱାଙ୍ଗଝୁ ଠାରେ ୱାର୍ଲ୍ଡ କ୍ୟୁବ୍ ଆସୋସିଏସନ୍ ଦ୍ୱାରା ମାନ୍ୟତାପ୍ରାପ୍ତ ଦୁଇଟି ପ୍ରତିଯୋଗିତାରେ ଭାଗ ନେଇ ସେ ଏହି ରେକର୍ଡ ଭାଙ୍ଗିଥିଲେ । ଯେଉଁଥିରେ ତାଙ୍କର ହାରାହାରି ସମୟ ୱୁହାନ୍ରେ ୪.୫୨ ସେକେଣ୍ଡ ଏବଂ ଗ୍ୱାଙ୍ଗଝୁରେ ୪.୨୭ ସେକେଣ୍ଡ ରହିଥିଲା । ରୁବିକ୍ସ କ୍ୟୁବ୍କୁ ସହଜରେ ସମାଧାନ କରିବା ପାଇଁ ଲିଆନ୍ ୧,୩୦୦ରୁ ଅଧିକ ଆଲଗୋରିଦମ୍ ମନେ ରଖିଛନ୍ତି ଏବଂ ପ୍ରତିଦିନ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସେ ଅଭ୍ୟାସ କରନ୍ତି । ତାଙ୍କ ମା’ଙ୍କ କହିବା ଅନୁଯାୟୀ, ଲିଆନ୍ ପ୍ରଥମେ ନୃତ୍ୟ ଏବଂ ସଙ୍ଗୀତ ପରି କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରୁବିକ୍ସ କ୍ୟୁବ୍ ଉପରେ ଅଧିକ ଧ୍ୟାନ ଦେଇଥିଲେ, ଯାହା ତାଙ୍କୁ ଏହି ସଫଳତା ପ୍ରଦାନ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।