୯୦ ପ୍ରତିଶତ ଶରୀରରେ ଟାଟୁ
କାନାଡ଼ାର ୩୮ ବର୍ଷୀୟ ଜେରେମି 'ରେମି' ସ୍କୋଫିଲ୍ଡ ନିଜ ଶରୀରର ୯୦ ପ୍ରତିଶତରୁ ଅଧିକ ଭାଗରେ ଟାଟୁ ଆଙ୍କି ନିଜ ନାମକୁ ଗିନିଜ ରେକର୍ଡରେ ସାମିଲ କରିଛନ୍ତି । ୨୦୦୫ ମସିହାରେ ନିଜ ବାମ ହାତରେ ପୁଅର ନାମ ଲେଖାଇ ସେ ନିଜର ପ୍ରଥମ ଟାଟୁ ଆରମ୍ଭ କରିଥିଲେ । ଏହାପରେ ନିଜ ସମ୍ପୂର୍ଣ୍ଣ ଶରୀରକୁ ଟାଟୁରେ ଢାଙ୍କିବା ସହ ଶରୀରର ବିଭିନ୍ନ ଅଂଶରେ ପ୍ରାୟ ୪୦ଟି ସ୍ତର ଏବଂ କେତେକ ସ୍ଥାନରେ ୧୦୦ରୁ ଅଧିକ ଥର ଟାଟୁ ଆଙ୍କିଛନ୍ତି । ପୂର୍ବରୁ ଜଣେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଜେରମି ବର୍ତ୍ତମାନ ଟାଟୁ ସପ୍ ଓ ସୋସିଆଲ୍ ମିଡିଆ କମ୍ପାନୀ ଚଳାଉଛନ୍ତି । ସେ ନିଜ ଶରୀରରେ ୧୦୦ରୁ ଅଧିକ ସ୍ଥାନକୁ ଫୋଡିଛନ୍ତି, ଯେଉଁଥିରେ ଗହଣା ପିନ୍ଧିହେବ । ଏହାସହ ଗୋଡ଼ରେ କିଛି ମଜାଦାର ଟାଟୁ ସହ ନିଜ ବାପା, ମାଆ, ପୋଷା କୁକୁର ଓ ପତ୍ନୀଙ୍କ ସ୍ମୃତିରେ ସ୍ୱତନ୍ତ୍ର ଟାଟୁ ଆଙ୍କିଛନ୍ତି । ତେବେ ଜେରମି ନିଜ ମୁହଁକୁ ଟାଟୁମୁକ୍ତ ରଖିଛନ୍ତି । ଜେରମି ଏହି ସଫଳତାକୁ ଏକ ବିଶ୍ୱବିଦ୍ୟାଳୟ ଡିଗ୍ରୀ ହାସଲ କରିବା ସହ ତୁଳନା କରିଛନ୍ତି । ରେକର୍ଡ ପାଇବା ପରେ ମଧ୍ୟ ସେ ପ୍ରତି ସପ୍ତାହରେ ନିୟମିତ ଟାଟୁ ସେସନ୍ ଜାରି ରଖିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।