1,000 Ultra Marathons in 1,000 Days: ୧୦୦୦ ଦିନରେ ୧୦୦୦ ଅଲ୍‌ଟ୍ରା ମାରାଥନ୍‌

Oct 06, 2026 - 12:38
1,000 Ultra Marathons in 1,000 Days: ୧୦୦୦ ଦିନରେ  ୧୦୦୦ ଅଲ୍‌ଟ୍ରା ମାରାଥନ୍‌

"ପାଦରେ କଷ୍ଟ, ଆଖିରେ ନିଦ ଓ ଶରୀରରେ ଯନ୍ତ୍ରଣା।

ତଥାପି ଥମି ନଥିଲା ଦୌଡ଼।

ପ୍ରତିଦିନ ନିଜ ସୀମାକୁ ଟପି ଦୌଡ଼ି ଚାଲିଲେ ନ୍ୟୁଜିଲାଣ୍ଡ୍‌ର ୪୭ ବର୍ଷୀୟ ଆଇନଜୀବୀ ସାନନ୍‌-ଲି ଲିଟ୍।

୧୦୦୦ ଦିନରେ ୧୦୦୦ଟି ଅଲ୍‌ଟ୍ରା ମାରାଥନ୍ ସଂପୂର୍ଣ୍ଣ କରି ସେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି।

୨୦୨୪ ଜାନୁଆରି ୧ରୁ ସାନନ୍‌ ତାଙ୍କର ଏହି ଅସାଧାରଣ ଯାତ୍ରା ଆରମ୍ଭ କରିଥିଲେ।

ପ୍ରତିଦିନ ଅତି କମ୍‌ରେ ୫୧ କିଲୋମିଟର ଦୌଡ଼ିବା ଥିଲା ତାଙ୍କର ଲକ୍ଷ୍ୟ।

ସେ ବର୍ଷ ଜୁଲାଇ ମାସ ସୁଦ୍ଧା ୨୦୦ ଦିନର ରେକର୍ଡ ଭାଙ୍ଗି ଦେଇଥିଲେ।

ତଥାପି ସେ ଅଟକି ନଯାଇ ନିଜ ଅଭିଯାନ ଜାରି ରଖିଥିଲେ।

ଲଗାତାର ୧୦୦୦ ଦିନରେ ସେ ପ୍ରାୟ ୫୨ହଜାର କିଲୋମିଟର ଦୌଡ଼ିଛନ୍ତି, ଯାହା ପୃଥିବୀର ବିଷୁବରେଖାର ପରିଧିଠାରୁ ମଧ୍ୟ ଅଧିକ।Advertisment Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ ଏହି ଯାତ୍ରାରେ ସାନନ୍‌ଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ସମୟ ପରିଚାଳନା।

କାରଣ ସେ ଜଣେ ପେସାଦାର ଓକିଲ।

ପ୍ରତି ଦିନ ଛଅ ଘଣ୍ଟାରେ ୫୧ କିଲୋମିଟର ଦୌଡ଼ ସାରି ସେ ଓକିଲାତି କାମ ମଧ୍ୟ ଜାରି ରଖିଥିଲେ।

ଅନେକ ଦିନ ସେ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ଦୌଡ଼ ଆରମ୍ଭ କରୁଥିଲେ।

ଥଣ୍ଡା, ଗରମ, ନିଦ ଓ ଶାରୀରିକ ଯନ୍ତ୍ରଣା କିଛି ବି ତାଙ୍କୁ ଅଟକାଇ ପାରି ନଥିଲା।

ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ପାଇଁ ସେ ପ୍ରତିଦିନ ପ୍ରାୟ ୫,୫୦୦ କ୍ୟାଲୋରି ଖାଦ୍ୟ ଖାଉଥିଲେ।

ଏହି ଦୀର୍ଘ ଯାତ୍ରା ଭିତରେ ତାଙ୍କୁ ପ୍ରାୟ ୧୦୦ ହଳ ଜୋତା ବଦଳାଇବାକୁ ପଡ଼ିଛି।

ସାନନ୍‌‌ଙ୍କ ଏହି କାହାଣୀ ଧୈର୍ଯ୍ୟ, ଶୃଙ୍ଖଳା ଓ ଦୃଢ଼ ଇଚ୍ଛାଶକ୍ତିର ଏକ ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛି।

Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।