Schools and Anganwadi Centres Closed For Cyclone: ବାତ୍ୟା ପାଇଁ ସ୍କୁଲ ଛୁଟି, ୫ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର
ବାତ୍ୟା ଅର୍ଣ୍ଣବ ପାଇଁ ସ୍କୁଲ ଛୁଟି ଘୋଷଣା।
ନବରଙ୍ଗପୁର ଓ ରାୟଗଡ଼ାରେ ୨୭ ଓ ୨୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା ହୋଇଛି।
ତେବେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ରହିଛି।
Advertisment ସେପଟେ ବାତ୍ୟା ପାଇଁ କୋରାପୁଟ ଓ ଗଂଜାମରେ ୩ ଦିନ ସ୍କୁଲ୍ ଛୁଟି କରାଯାଇଛି।
୨୭ରୁ ୨୯ ତାରିଖ ଯାଏଁ ସ୍କୁଲ୍ ଓ ଅଙ୍ଗନବାଡି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ଆଜି ଓ ଆସନ୍ତା କାଲି ସ୍କୁଲ ଛୁଟି ରହିବ।
ଶିଶୁବାଟିକାଠାରୁ ଦ୍ୱାଦଶ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ।
ଶିକ୍ଷକମାନଙ୍କୁ ସ୍କୁଲ ଆସିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।