13 world leaders: ଇରାନର ହିଟ୍ ଲିଷ୍ଟ୍ରେ ୧୩ ବିଶ୍ବନେତା: ଟ୍ରମ୍ପ, ମେଲୋନି, ମାକ୍ରନଙ୍କ ନାମ ସର୍ବାଗ୍ରେ
"ତେହେରାନ: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଉତ୍ତେଜନା ଏବେ ଅତି ବିପଜ୍ଜନକ ଓ ବ୍ୟକ୍ତିଗତ ସ୍ତରରେ ପହଞ୍ଚିଛି।
ଇରାନ ଏବେ ଆମେରିକା, ଇସ୍ରାଏଲ ଓ ଅନେକ ୟୁରୋପୀୟ ରାଷ୍ଟ୍ରର ୧୩ ପ୍ରମୁଖ ବିଶ୍ବ ନେତାଙ୍କ ଫଟୋ ସହ ଏକ ବିବାଦୀୟ ଟାର୍ଗେଟ୍ ଲିଷ୍ଟ୍ ଜାରି କରିଛି।
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ମୃତ୍ୟୁ ପାଇଁ ଦାୟୀ କରି ଇରାନ ଏହି ନେତାମାନଙ୍କୁ ଟାର୍ଗେଟ୍ରେ ରଖିଛି।
ଇରାନ ମ୍ୟୁନିସିପାଲିଟି ଦ୍ବାରା ଏକ ଖବରକାଗଜ ହମଶହରୀର ୱେବ୍ସାଇଟ୍ରେ ଏହି ଟାର୍ଗେଟ୍ ଲିଷ୍ଟ ଜାରି ହୋଇଛି।Advertisment Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ ଉଲ୍ଲେଖଯୋଗ୍ୟ, ଇରାନର ନୂଆ ସର୍ବୋଚ୍ଚ ନେତା ତଥା ସ୍ବର୍ଗତ ଅଲ୍ଲୀ ଖେମିନିଙ୍କ ପୁଅ ମୋଜତବା ଖେମିନି ଖୋଲାଖୋଲି ଭାବେ ତାଙ୍କ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କରିବା ପରେ ଉକ୍ତ ଟାର୍ଗେଟ୍ ଲିଷ୍ଟ୍ ଆସିଛି।
ତେବେ ମୋଜତବା ସିଧାସଳଖ ଭାବେ କାହାର ନାମ ନେଇ ନ ଥିଲେ ମଧ୍ୟ ହମଶହରୀ ୧୩ ବିଶ୍ବନେତାଙ୍କର ଏକ ତାଲିକା ଜାରି କରିଛି।
ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ଜର୍ମାନୀ ଚାନ୍ସେଲର ଫ୍ରେଡେରିକ ମର୍ଜଙ୍କ ସମେତ ୧୩ ଜଣ ନେତା ଅଛନ୍ତି।
ତାଲିକାରେ ଟ୍ରମ୍ପ ଓ ନେତାନ୍ୟାହୁ ସିଧାସଳଖ ବନ୍ଧୁକ ମୁନରେ ଥିବାବେଳେ ଅନ୍ୟ ନେତାମାନେ କଏଦୀ ପୋଷାକରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ଇରାନ ମଧ୍ୟପ୍ରାଚ୍ୟ ସଂଘର୍ଷ ପାଇଁ ୟୁରୋପୀୟ ରାଷ୍ଟ୍ରମାନଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ କରିଛି।
ତେହରାନ ଅଭିଯୋଗ କରିଛି ଯେ ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ପରି ରାଷ୍ଟ୍ରମାନେ କେବଳ ଇରାନର ସାର୍ବଭୌମତ୍ବ ଉପରେ ଆକ୍ରମଣକୁ ନିନ୍ଦା କରିବାରେ ବିଫଳ ହୋଇଛନ୍ତି ତାହା ନୁହେଁ ବରଂ ଆମେରିକାର ଯୁଦ୍ଧବିମାନ ବ୍ୟବହାର ପାଇଁ ସେମାନଙ୍କ ବାୟୁସୀମା ବ୍ୟବହାର କରିବାକୁ ଅନୁମତି ଦେଇ ଏହି ଆକ୍ରମଣରେ ସହଭାଗୀ ହୋଇଛନ୍ତି।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ ଉଲ୍ଲେଖଯୋଗ୍ୟ, ଇରାନ ସହ ଶାନ୍ତି ଚୁକ୍ତିକୁ ଶେଷ କରି ଆମେରିକା ଅଚାନକ ଏହା ଉପରେ ଆକ୍ରମଣ ଆରମ୍ଭ କରିବା ପାଇଁ ଇସ୍ରାଏଲର ଗୁଇନ୍ଦା ସୂଚନାକୁ ଦାୟୀ କରାଯାଇଛି।
ଇସ୍ରାଏଲୀ ଗୁଇନ୍ଦା ସୂଚନା ଅନୁଯାୟୀ, ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା।
ଏହା ଜାଣିବା ପରେ ଟ୍ରମ୍ପ ଇରାନ ସହ ଶାନ୍ତି ଚୁକ୍ତିକୁ ଶେଷ କରି ଏହା ଉପରେ ତୀବ୍ର ଆକ୍ରମଣ ଆରମ୍ଭ କରିଦେଇଥିବା କୁହାଯାଇଛି।
ନିଜେ ଟ୍ରମ୍ପ ମଧ୍ୟ ଇରାନକୁ ଏନେଇ ଚେତାବନୀ ଦେଇ ସାରିଛନ୍ତି।
ଏଭଳି ସମୟରେ ଇରାନରୁ ଟାର୍ଗେଟ୍ ଲିଷ୍ଟ୍ ଜାରି ହେବାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।