14 Brick Kiln Workers Rescued: ଅଧରାତିରେ ଜୀବନ ମରଣର ଲଢ଼େଇ, ୫ ଘଣ୍ଟା ପରେ ୧୪ ଶ୍ରମିକ ଉଦ୍ଧାର
ଅଧରାତିରେ ଜୀବନ ମରଣର ଲଢ଼େଇ।
ଗୋଟିଏ ପଟେ ଉଛୁଳୁଛି ବାହୁଦା ନଦୀ, ଅନ୍ୟପଟେ ଜଳବନ୍ଦୀ ହୋଇ ଫସି ରହିଥିଲେ ୧୪ ଇଟାଭାଟି ଶ୍ରମିକ।
ଚାରିଆଡ଼େ ପାଣି, ଆଉ ଉଦ୍ଧାର ପାଇଁ ଅପେକ୍ଷା।
ଶେଷରେ ରାତି ଅଧରେ ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ୍।
Advertisment ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଭୀମପୁର ଅଞ୍ଚଳରେ ବାହୁଦା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଜଳବନ୍ଦୀ ହୋଇ ପଡ଼ିଥିଲେ ଶ୍ରମିକ।
ଖବର ପାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ଚିକିଟି ଓ ପାତ୍ରପୁର ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ୍।
ପ୍ରାୟ ପାଞ୍ଚ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସମସ୍ତ ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।