1,500 Kg of Cannabis (Ganja) ଯଡାମ୍ବରୁ ୧ କୋଟି ୫୦ ଲକ୍ଷ ଟଂକାର ଗଂଜେଇ ଜବତ
"ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡ଼ାମ୍ବ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି ।
ଆଜି ଦିନବେଳା ପାଟ୍ରୋଲିଂ ଓ ଯାନବାହନ ଯାଞ୍ଚ ସମୟରେ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।Advertisment Canabis seized ଗଜପତିରୁ ୨୧ ମେଟ୍ରିକ ଟନ୍ ଗଞ୍ଜେଇ ଜବତ ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକର ଯଡ଼ାମ୍ବ ଥାନା ଅଧୀନ ସଦାରାମ ଗାଁ ନିକଟ ଏକ ପାହାଡିଆ ଜଙ୍ଗଲ ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।
ଯଡ଼ାମ୍ବ ଥାନା ଭାରା ପ୍ରାପ୍ତ ଥାନାଧିକାରୀ ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ଏଏସ୍ଆଇ ଅନନ୍ତ କୁମାର ନାୟକ ଓ ସିମାଞ୍ଚଳ ପାତ୍ରଙ୍କୁ ନେଇ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା।
Ganja: ବୋଲେରୋରୁ ୫୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ଆନ୍ଧ୍ର ପ୍ରଦେଶ ସୀମାନ୍ତ ସଦାରାମ ଗ୍ରାମ ନିକଟସ୍ଥ ପାହାଡ଼ି ଜଙ୍ଗଲ ଅଞ୍ଚଳରେ ଏକ ଗାତ ଭିତରେ ବେଆଇନ ଭାବେ ଲୁଚାଇ ରଖାଯାଇଥିବା ମୋଟ ୧୫୦୦ କିଲୋଗ୍ରାମ ବ୍ୟାବସାୟିକ ପରିମାଣର ଗଞ୍ଜେଇ ପୁଲିସ ହାତରେ ଲାଗିଛି।
ଏହା ସହିତ ଗଞ୍ଜେଇ ପ୍ୟାକିଂ ପାଇଁ ବ୍ୟବହୃତ ୪ଟି ଲୁହା ପ୍ରେସିଂ ଚେଷ୍ଟ ମଧ୍ୟ ପୁଲିସ ଜବତ କରିଛି।
ତେବେ ଏହି ଘଟଣାରେ କାହାରିକୁ ଗିରଫକରାଯାଇନାହିଁ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ଏକ କୋଟି ପଚାଶ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।
ତେବେ ଏ ସମ୍ପର୍କରେ ଯୋଡ଼ାମ୍ବ ଥାନାରେ କେସ୍ ନଂ-୩୬ ଧାରା ୨୦(ବି)(ଆଇଆଇ)(ସି) ଓ ଏନଡିପିଏସ ନିୟମ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି।
Ganja seized ମାଲକାନଗିରିରୁ ୨୪୫ କିଲୋ ଗଞ୍ଜେଇ ଜବତ, ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଗିରଫ ପୁଲିସ ଏହି ବେଆଇନ କାରବାର ପଛରେ ଥିବା ଅସାଧୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି।
ଏ ସମ୍ପର୍କରେ ଚିତ୍ରକୋଣ୍ଡା ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଦୋଷ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମାଲକାନଗିରି ଏସପି ବିନୋଦ ପାଟିଲ ଏଚଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ଭାବେ ଦମନ କାର୍ଯ୍ୟ ଜାରି ରହିଛି।
ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୁଲିସ ଛାନଭିନ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।